ରେକର୍ଡ କଲା ନନ୍ଦନକାନନ; ଇତିହାସରେ ପ୍ରଥମଥର ୨୬ କୋଟି୩୧ ଲକ୍ଷ ରାଜସ୍ବ ଆଦାୟ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରେକର୍ଡ କଲା ନନ୍ଦନକାନନ । ଇତିହାସରେ ପ୍ରଥମଥର ୨୬ କୋଟି୩୧ ଲକ୍ଷ ରାଜସ୍ବ ଆଦାୟ । ତେବେ ଗତ ଆର୍ଥିକ ବର୍ଷରେ ନନ୍ଦନକାନନର ଉଭୟ ପ୍ରାଣୀ ଓ ଉଦ୍ଭିଦ ଉଦ୍ୟାନରେ ୩୯ ଲକ୍ଷ ୭୬ ହଜାର ୬୧୫ ଜଣ ପର୍ଯ୍ୟଟକ ବୁଲିଛନ୍ତି। ସେଥିମଧ୍ୟରୁ ପ୍ରାଣୀ ଉଦ୍ୟାନରେ ୩୭ ଲକ୍ଷ ୯୬ ହଜାର ୩୪୧ ଜଣ ଓ ଉଦ୍ଭିଦ ଉଦ୍ୟାନରେ ଏକ ଲକ୍ଷ ୮୦ ହଜାର ୨୭୪ ଜଣ ପର୍ଯ୍ୟଟକ ବୁଲିଛନ୍ତି । ସେଥି ମଧ୍ୟରେ ୩୩ ଲକ୍ଷ ୪୮ ହଜାର ୯୩୩ ଜଣ ବଡ଼, ୬ ଲକ୍ଷ ୨୬ ହଜାର ୬୪୬ ଜଣ ଶିଶୁ ଓ ଏକ ହଜାର ୩୬ ଜଣ ବିଦେଶୀ ନାଗରିକ ଅଛନ୍ତି।

ମୋଟ ୨୬ କୋଟି ୩୧ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଛି ।ଟିକେଟ, ପାର୍କିଂ ଓ କ୍ୟାମେରା ରୁ ୧୬ କୋଟି ୨୭ ଲକ୍ଷ ଟଙ୍କା ଓ ଅନ୍ୟ ସଂସ୍ଥା ଯେପରି ବେଟ୍ରି ଗାଡ଼ି, ସଫାରୀ, ଶିଶୁ ରେଳଗାଡି, ନୌକାବିହାର, ରୋପ ୱେ ପ୍ରଭୂତିରୁ ୯ କୋଟି ୮୧ ଲକ୍ଷ ଓ ଜୀବଜନ୍ତୁ ପୋଷ୍ୟ ଗ୍ରହଣ କରିବାରେ ୨୩ ଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହୋଇଛି। ଯାହା ନନ୍ଦନକାନନ ଇତିହାସ ରେ ସବୁଠାରୁ ଅଧିକ ରାଜସ୍ବ ରହିଛି ।

Related Posts