୨୪ ହଜାର ଉପରେ ନିଫ୍ଟି
ନୂଆଦିଲ୍ଲୀ(ସତ୍ୟପାଠବ୍ୟୁରୋ) : କମବ୍ୟାକ କରିଛି ଭାରତୀୟ ସେୟାର ବଜାର। ବୁଧବାର ସେୟାର ବଜାରରେ ଅହେତୁକ ପତନ ପରେ ଗୁରୁବାର ହଠାତ ଭାରତୀୟ ଷ୍ଟକ୍ ମାର୍କେଟ୍ ଉନ୍ନତି କରିଛି । ଆଜି ସକାଳେ କାରବାର ଆରମ୍ଭରୁ ସେନ୍ସେକ୍ସ ପ୍ରାୟ ୫୧୬ ପଏଣ୍ଟ୍ ବଢ଼ିଛି ଏବଂ ନିଫ୍ଟି ପୁଣି ୨୪,୦୦୦ ପାର କରିଛି। ଆମେରିକା ଇରାନ ଉତ୍ତେଜନା ସତ୍ତ୍ବେ ସେୟାର ବଜାରରେ ଉତ୍ସାହ ଦେଖିବାକୁ ମିଳିଛି। ନିଫ୍ଟି ୧୩୯ ଦଶମିକ ୯୦ ପଏଣ୍ଟ୍ ବଢ଼ି ୨୪, ହଜାର ୨୧ ଦଶମିକ ୯୫ରେ ପହଂଚିଛି । ବୁଧବାର ଆମେରିକା -ଇରାନ୍ ସଂଘର୍ଷ ଏବଂ ଟ୍ରମ୍ପଙ୍କ ବିବୃତ୍ତି ଯୋଗୁଁ ବଜାର୍ ୨ ପ୍ରତିଶତରୁ ଅଧିକ ତଳକୁ ଖସିଥିଲା । ବିଦେଶୀ ପୁଞ୍ଜି ବିନିଯୋଗକାରୀ ଗତ ୪ ଦିନରେ ୩ ହଜାର ୯୫୪ କୋଟିର ଭାରତୀୟ ଷ୍ଟକ୍ କିଣିଛନ୍ତି । କ୍ରୁଡ୍ ତୈଳ ମୂଲ୍ୟ ପ୍ରାୟ ୭୯ ଡଲାର୍ ପାଖରେ ରହିଛି । ଯଦି ହର୍ମୁଜ୍ ପ୍ରଣାଳୀ ପୁଣି ବନ୍ଦ ହୁଏ ଏବଂ କ୍ରୁଡ୍ ୧୦୦ ଡଲାର୍ ଟପେ ତେବେ ଭାରତ ପାଇଁ ସମସ୍ୟା ହେବ।