ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) :  ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ। ରାଜ୍ୟରେ ସପ୍ତାହେ ଅର୍ଥାତ୍ ୭ ଦିନ ଧରି ବର୍ଷା ଲାଗି ରହିବ। ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା ପାଖାପାଖି ବାଙ୍ଗଲାଦେଶ  ଉପରେ ଘୁର୍ଣ୍ଣିବଳୟ ରହିଛି। ସମୁଦ୍ର ପତ୍ତନ ଠାରୁ  ୪.୫ ରୁ ୪.୮ କିମି ଉଚ୍ଚତାରେ ଏହା ସକ୍ରିୟ ରହିଛି। ପ୍ରଭାବରେ ଆଗାମୀ ୭ ଦିନ ଯାଏ ବର୍ଷା ଜାରି ରହିବାର ସମ୍ଭାବନା ଥିବାବେଳେ ୧୩ ରୁ ପ୍ରବଳ ଵର୍ଷା ସମ୍ଭାବନା ରହିଛି। ଏହାସହ ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି। ଆସନ୍ତା ୭ ଦିନ ଯାଏ କିଛି କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବାବେଳେ  କୋରାପୁଟ, ରାୟଗଡା, ନବରଙ୍ଗପୁର, ନୂଆପଡା, ଭଦ୍ରକ, ବାଲେଶ୍ୱର,ମୟୁରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡରେ ବିଜୁଳି ଘଡଘଡି ସହ ଵର୍ଷା ଓ ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ମୌସୁମୀ ବର୍ଷାରେ ଏଯାବତ  ୬ ଟି ଜିଲ୍ଲାରେ ଅତ୍ୟଧିକ ଵର୍ଷା ରେକର୍ଡ କରାଯାଇଥିବାବେଳେ ୫ ଜିଲ୍ଲାରେ ଅଧିକା ବର୍ଷା ହୋଇଥିବାବେଳେ ୧୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ଏହାସହ ୪ ଜିଲ୍ଲାରେ ନିଅଁଟିଆ ବର୍ଷା ରେକର୍ଡ ହୋଇଛି। ଏବେ ୪  ଟି ଜିଲ୍ଲା ମୟୁରଭଞ୍ଜ ,ବାଲେଶ୍ୱର, ଦେଓଗଡ, ଓ ସମ୍ବଲପୁରରେ ଏଯାବତ ବି ନିଅଁଟିଆ ବର୍ଷା ରେକର୍ଡ ହୋଇଛି।