ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚୌଦ୍ବାର ଜେଲରୁ ଫେରାର କଏଦୀ ଗିରଫ । ଋଷିକେଶରୁ କଏଦୀକୁ ଧରିଲା ପୁଲିସ । ତେବେ ବିହାରର ରାଜା ସାହାଣୀକୁ ଗିରଫ କରିଛି କମିସନରେଟ୍ ପୁଲିସର ସ୍ବତନ୍ତ୍ର ଟିମ୍ । ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିଥିବା ନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଯୋଗେଶ ବାହାଦୂର୍ ଖୁରାନିଆ । ଅଭିଯୁକ୍ତ ଛଦ୍ମ ବେଶରେ ସେଠାରେ ଲୁଚି ରହିଥିଲା । ଅଭିଯୁକ୍ତକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କମିସନରେଟ ପୁଲିସ ଓଡ଼ିଶା ଆଣୁଛି । ଏବେ ଦୁଇ ଅଭିଯୁକ୍ତ ଧରାପଡ଼ିବା ପରେ ଫେରାର ପଛର ଗୁମରର ପର୍ଦ୍ଦାଫାସ ହେବ । ପୂର୍ବରୁ ଅନ୍ୟତମ ସହଯୋଗୀ ମଧୁକାନ୍ତ ରଣା ବୃନ୍ଦାବନରୁ ଗିରଫ ହୋଇଥିଲା ।





