ଦେବଗଡ଼,(ସତ୍ୟପାଠବ୍ୟୁରୋ)- ସ୍କୁଲରେ ସ୍ୱାଧୀନତା ଦିବସ ପାଳନ ବେଳେ ୬ ଜଣ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଅଭିଭାବକମାନେ ସେମାନଙ୍କୁ ଡାକ୍ତରଖାନା ନେବା ବଦଳରେ ନିକଟସ୍ଥ ମହାମାୟୀ ମଣ୍ଡପରେ ପୂଜାର୍ଚ୍ଚନା କରିଥିବା ଜଣାପଡ଼ିଛି। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବାଲିରୋଇ ସ୍ଥିତ ପଡିଆନାଲି ୟୁଜିୟୁପି ସ୍କୁଲରେ ସ୍ବାଧୀନତା ଦିବସ ପାଳନ କରାଯାଉଥିଲା । ଜାତୀୟ ପତାକା ଉତ୍ତୋଳନ ବେଳେ ହଠାତ ୬ ଜଣ ଛାତ୍ରୀ ଅସ୍ୱାଭାବିକ ଆଚରଣ କରିଥିଲେ । ହେଲେ ଅଭିଭାବକମାନେ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନନେଇ ନିକଟସ୍ଥ ମହାମାୟୀ ମଣ୍ଡପରେ ପୂଜାର୍ଚ୍ଚନା କରିଥିବା ଜଣାପଡିଛି । ଏହା ଅନ୍ଧବିଶ୍ୱାସ ବୋଲି ହେତୁବାଦୀମାନେ କହୁଛନ୍ତି । ତେବେ ପିଲାମାନେ ହଠାତ ଏଭଳି ଆଚରଣ କାହିଁକି କଲେ ସେନେଇ କୌଣସି ସୂଚନା ମିଳି ପାରିନି।
