ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପୂର୍ବତଟ ରେଳବାଇରୁ ପଲାସା, ଇଚ୍ଛାପୁର ଉଚ୍ଛେଦ ପ୍ରସଙ୍ଗକୁ ନେଇ ବିଜେଡିର ଅଭିଯୋଗ ପରେ ସାରା ରାଜ୍ୟର ରାଜନୀତି ବେଶ୍ ସରଗରମ । ଏହା ମଧ୍ୟରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘଟଣାରେ ସ୍ପଷ୍ଟୀକରଣ ଦିଆଯାଇଥିବାର ଦେଖିବାକୁ ମିଳିଛି । ତେବେ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ ଓଡ଼ିଶାରୁ ଗୋଟିଏ ଇଞ୍ଚ ମଧ୍ୟ ରେଳପଥ ଅନ୍ୟ ରାଜ୍ୟକୁ ଯାଉନାହିଁ। ଏହା ସହ ଓଡ଼ିଶାରେ ରେଳ ବିକାଶ ପାଇଁ 93,000 କୋଟି ଟଙ୍କାରୁ ଅଧିକ ନିବେଶ। ରେଳ ବଜେଟ୍ ଆବଣ୍ଟନ ଯଥେଷ୍ଟ ବୃଦ୍ଧି ପାଇଛି (ଗତ 3 ବର୍ଷ ଧରି ନିରନ୍ତର 10,000 କୋଟିରୁ ଅଧିକ ରହିଛି ଯାହା 2009-14 ଅବଧି ଅପେକ୍ଷା 13 ଗୁଣ ଅଧିକ) ବୋଲି କହିଥିବାର ଦେଖିବାକୁ ମିଳିଛି ।