ଭୁବନେଶ୍ବର,(ସତ୍ୟପାଠବ୍ୟୁରୋ) : ବନ୍ୟା ପରିସ୍ଥିତିରେ ଲୋକଙ୍କ ସୁରକ୍ଷା ଓ ତ୍ୱରିତ ସହାୟତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି ରାଜ୍ୟ ସରକାର । ଏ ନେଇ ସିଏମଓ ପକ୍ଷରୁ ଏକ୍ସ ହ୍ୟାଣ୍ଡେଲରେ କୁହାଯାଇଛି, ବନ୍ୟା ପରିସ୍ଥିତିରେ ଲୋକଙ୍କ ସୁରକ୍ଷା ଓ ତ୍ୱରିତ ସହାୟତାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି । ପ୍ରଭାବିତ ଅଞ୍ଚଳରେ ରିଲିଫ୍ ସାମଗ୍ରୀ, ଖାଦ୍ୟ, ପାନୀୟ ଜଳ ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ସ୍ଥିତିର ନିରନ୍ତର ଅନୁଧ୍ୟାନ ସହ ଆବଶ୍ୟକତା ଅନୁଯାୟୀ ତ୍ୱରିତ ପଦକ୍ଷେପ ନିଆଯାଉଛି।
ଏଥିରେ ପୋଷ୍ଟ କରାଯାଇଥିବା ଫଟୋରେ କୁହାଯାଇଛି, ଅଗଷ୍ଟ ୨୬ତାରିଖ ସକାଳ ୧୧ଟା ସୁଦ୍ଧା ୭୭୫ଟି ବିଚ୍ଛିନ୍ନ ଗ୍ରାମରେ ପୁନଃ ଯୋଗାଯୋଗ ସ୍ଥାପନ କରାଯାଇଛି । ୫୭ଟି ଉଦ୍ଧାରକାରୀ ଟିମ୍ ନିୟୋଜିତ ଅଛନ୍ତି । ୭୬,୦୫୧ଜଣଙ୍କୁ ଡଙ୍ଗା ଯୋଗେ ସ୍ଥାନାନ୍ତର କରାଯାଇଛି । ୮୭ଟି ରନ୍ଧା ଖାଦ୍ୟ କେନ୍ଦ୍ର ମାଧ୍ୟମରେ ୫.୨୫ଲକ୍ଷ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ହୋଇଛି ।
