ସୁନ୍ଦରଗଡ଼,(ସତ୍ୟପାଠବ୍ୟୁରୋ) : ସୁନ୍ଦରଗଡ ମେଡିକାଲରୁ ବିଚାରାଧୀନ କଏଦୀ ଚମ୍ପଟ ଘଟଣାରେ ଜଣେ ଜେଲ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି। ୫ ଦିନ ପରେ ବି ଫେରାର ବିଚାରଧୀନ କଏଦୀଙ୍କ ମିଳୁନି ପତ୍ତା। କୁଆଡେ ଗଲା ଫେରାର କଏଦୀ ଟେକଚାନ୍ଦ ବେହେରା, ତାର ଟେର ପାଉନି ପୋଲିସ। ଏହାରି ଭିତରେ ବଡ ସୁରାକ୍ ସାମ୍ନାକୁ ଆସିଛି। ୨୫ ତାରିଖ ରାତିରେ ମେଡିକାଲରୁ କଏଦୀ ଫେରାର ହୋଇଥିଲା। ଆଉ ସେହି ଦିନ ରାତିରେ ନିଜ ଘରେ ପହଞ୍ଚି ସ୍ତ୍ରୀକୁ ଧରି ଫେରାର ହୋଇଯାଇଥିଲା। ଏହା ପୂର୍ବରୁ ସ୍ତ୍ରୀ ସହ ଫୋନ ଯୋଗେ କଥା ହୋଇଥିଲା ଫେରାର ସ୍ବାମୀ। ସେପଟେ ଫେରାର କଏଦୀ ଟେକଚାନ୍ଦ ବେହେରାକୁ ଧରିବାକୁ ପୋଲିସର ୪ଟି ଟିମ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ତେବେ ଗତ ୨୫ ତାରିଖରେ ଚିକିତ୍ସା ପାଇଁ ଆସିଥିବା ବେଳେ ଶୌଚ ଯିବା ବାହାନା କରି ଚମ୍ପଟ ମାରିଥିଲା କଏଦୀ । କଏଦୀ ଜଣକ ସୁନ୍ଦରଗଡ ସଦର ଥାନା ରୁପାବାହାଲ ଗାଁ ର ଟେକଚାନ୍ଦ ବେହେରା । ସେ ହତ୍ୟା ଅଭିଯୋଗରେ ଗତ ଏପ୍ରିଲ ମାସରୁ ଜେଲରେ ଥିଲା । ବିରାରାଧିନ କଏଦୀ ଫେରାର ଘଟଣାରେ କଏଦୀକୁ ଜଗିଥିବା ଜଣେ ଜେଲ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।
