ବାରିପଦା, (ସତ୍ୟପାଠବ୍ୟୁରୋ): ନେପାଳର ପ୍ରଳୟଙ୍କରୀ ବନ୍ୟାରୁ ଜୀବନ ବଞ୍ଚାଇ ସୁରକ୍ଷିତ ଫେରିଲେ ଓଡ଼ିଆ ଝିଅ। ବାରିପଦାର କୁଲସୁମ୍ ନିଗାର ସୁରକ୍ଷିତ ଭାବେ ଆସି ଘରେ ପହଞ୍ଚିଛନ୍ତି। ଫେରିବା ପରେ ପ୍ରଳୟର ସେହି ଛାତିଥରା ଅନୁଭୂତି ବଖାଣିଛନ୍ତି। କିଭଳି ଭାବେ ଫସି ରହିଥିଲେ, କିଭଳି ସେ ସୁରକ୍ଷିତ ଭାବେ ଆସି ପହଞ୍ଚିଲେ ସବୁ କଥା କହିଛନ୍ତି। ଖାଲି ସେ ଏକା ନୁହଁନ୍ତି, ତାଙ୍କ ସହିତ ଯାଇଥିବା ଅନ୍ୟ ସାଥିମାନେ ମଧ୍ୟ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ଫେରିଛନ୍ତି। ଝିଅର ଫେରିବା ପରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି।