ସମ୍ବଲପୁର, (ସତ୍ୟପାଠବ୍ୟୁରୋ ): ଲାଞ୍ଚ ମାମଲାରେ ପୂର୍ବତନ ଏଆରଆଇ ଦୁର୍ଗା ପ୍ରସାଦ ସାହୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ ଏକ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ରେଙ୍ଗାଲି ତହସିଲ ଲାପଙ୍ଗା ଆରଆଇ ସର୍କଲର ପୂର୍ବତନ ଏଆରଆଇ (ଅବସରପ୍ରାପ୍ତ) ଦୁର୍ଗା ପ୍ରସାଦ ସାହୁ ଜଣେ ଆବେଦନକାରୀଙ୍କଠାରୁ ମ୍ୟୁଟେସନ ମାମଲାରେ ସପକ୍ଷ ରିପୋର୍ଟ ଦେବା ପାଇଁ ଲାଞ୍ଚ ମାଗି ନେଇଥିବା ଅଭିଯୋଗରେ ଭିଜିଲାନ୍ସ ଚାର୍ଜସିଟ୍ କରିଥିଲା l ସେହି ମାମଲାର ସମସ୍ତ ପ୍ରମାଣକୁ ଆଧାର କରି ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍, ସମ୍ବଲପୁର ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୧ ବର୍ଷ ସଶ୍ରମ କାରାଦଣ୍ଡ ଓ ଜରିମାନା ଦଣ୍ଡାଦେଶର ରାୟ ଶୁଣାଇଛନ୍ତି l ଦୋଷୀ ସାବ୍ୟସ୍ତ ହେଲା ପରେ ତାଙ୍କ ପେନସନ ମଧ୍ୟ ବନ୍ଦ ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରସ୍ତାବ ପଠାଯିବ ବୋଲି ଓଡ଼ିଶା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି l