ଭୁବନେଶ୍ବର, (ସତ୍ୟପାଠବ୍ୟୁରୋ): ରାଜସ୍ବ ଖର୍ଚ୍ଚ ଠିକ ଢଙ୍ଗରେ ଚାଲିଛି। ରାଜ୍ୟର ବିକାଶ ପାଇଁ ବିଭିନ୍ନ ବିଭାଗର ସଚିବମାନେ ପ୍ରଜେକ୍ଟ ଦେଇଥିବା ନେଇ କହିଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। କେତେ ଖର୍ଚ୍ଚ ହୋଇଛି, କେତେ ରାଜସ୍ବ ଆସିଛି ସେନେଇ ଆଲୋଚନା ହୋଇଛି। ଧୀରେ ଧୀରେ ବର୍ଷା ଛାଡ଼ୁ ଥିବାବେଳେ ଖୁବ ଜୋରରେ କାମ ଆରମ୍ଭ କରିବା ନେଇ ଏବେ ସମୟ ଆସିଛି । ଜନ କଲ୍ୟାଣୀକାରୀ ଯୋଜନା ଗୁଡ଼ିକ ପାଇଁ ଅଧିକ ଖର୍ଚ୍ଚ କରିବା ଲାଗି ପ୍ରକଳ୍ପ କରାଯିବ। ଏବଂ ଫିଲ୍ଟକୁ ଯାଇ କାର୍ଯ୍ୟର ତଦରଖ କରିବେ ଅଧିକାରୀ। ପ୍ରତି ଜିଲ୍ଲାକୁ ୱାନ ଆଣ୍ଡ ୱାନ ସମ୍ବାଦ ପାଇଁ ସିଷ୍ଟମ ଆରମ୍ଭ କରାଯାଇଥିବା ସେ କହିଛନ୍ତି। ଏନେଇ ଖୋର୍ଦ୍ଧା ଜିଲ୍ଲାପାଳ ତାଙ୍କର ୨୫ଟି ଟପ ପ୍ରୋଜେକ୍ଟ ପ୍ରେଜେଣ୍ଟ କରିଥିଲେ। ଉଚିତ ଭାବରେ ରାଜସ୍ବ ଖର୍ଚ୍ଚ ପାଇଁ ବିଭାଗୀୟ ସଚିବଙ୍କୁ କୁହାଯାଇଛି। ବର୍ଷା ଯୋଗୁଁ କାମ ଟିକେ ଥମିଯାଇଥିବାବେଳେ ପୁଣି ଥରେ କାମ ଜୋରସୋରରେ ଆରମ୍ଭ ପାଇଁ କୁହାଯାଇଛି। କଟକ-ପୁରୀ-ପାରାଦୀପ ଇକୋନୋମିକ କୋରିଡର ପାଇଁ ମଧ୍ୟ କାମ ଆରମ୍ଭ ହୋଇଛି ବୋଲି କହିଛନ୍ତି ମୁଖ୍ୟସଚିବ। ଏଥିରେ ଅନେକ ବିଭାଗ ସାମିଲ ଅଛନ୍ତି। ଅନ୍ୟପଟେ ଅନେକ ସମୟରେ ରାଜସ୍ବ ଖର୍ଚ୍ଚ ହୋଇ ପାରୁ ନଥିବା ନେଇ ଅଭିଯୋଗ ଆସୁଥିବାବେଳେ ସଠିକ ଢଙ୍ଗରେ ରାଜସ୍ବ ଖର୍ଚ୍ଚ ଚାଲିଛି ବୋଲି ସେ କହିଛନ୍ତି।