ନୂଆଦିଲ୍ଲୀ,(ସତ୍ୟପାଠବ୍ୟୁରୋ): ଆସନ୍ତା ଅକ୍ଟୋବର ୭ ତାରିଖରେ ନୂଆଦିଲ୍ଲୀରେ ଜିଏସଟି କାଉନସିଲର ୫୭ତମ ବୈଠକ ଆୟୋଜିତ ହେବ। ଏହା ସେପ୍ଟେମ୍ବର ୧୨ରେ ହେବାକୁ ଥିବାବେଳେ ଏହାକୁ ଘୁଞ୍ଚାଯାଇଛି। ଚଳିତ ମାସ ୧୨ ଏବଂ ୧୩ରେ ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେଉଥିବାରୁ ଏହାକୁ ଘୁଞ୍ଚାଯାଇଛି। ଏହା ପୂର୍ବରୁ ଗତବର୍ଷ ସେପ୍ଟେମ୍ବର ୩ ତାରିଖରେ ଜିଏସଟି କାଉନସିଲର ୫୬ତମ ବୈଠକ ହୋଇଥିଲା I ଉକ୍ତ ବୈଠକରେ ଜିଏସଟି ହାରରେ ପରିବର୍ତ୍ତନ କରାଯାଇ ୧୨ ଓ ୨୮% ହାରକୁ ସମାପ୍ତ କରିବାକୁ ନିଷ୍ପରି ନିଆଯାଇଥିଲା I ସୂତ୍ର ଅନୁସାରେ, ଜିଏସଟି କାଉନସିଲର ଆଗାମୀ ବୈଠକରେ ଜିଏସଟି ରିଟର୍ନକୁ ମଧ୍ୟ ଇନକମ ଟ୍ୟାକ୍ସ ରିଟର୍ନ ପରି ସରଳ କରିବା ନେଇ ନିଷ୍ପରି ନିଆଯାଇପାରେ। ଏହାସହିତ ୫୭ ଜିଏସଟି ପରିଷଦ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଜିଏସଟି ରିଟର୍ନ ପୈଠ କରିବା ଉପରେ ମଧ୍ୟ ନିଷ୍ପରି ହୋଇପାରେ। ଆସନ୍ତା ମାସରେ ହେବାକୁ ଥÒବା ବୈଠକରେ ମୋବାଇଲ ହ୍ୟାଣ୍ଡସେଟ ଉପରେ ଲାଗୁଥିବା ୧୮% ଜିଏସଟିକୁ ହ୍ରାସ କରିବା ନେଇ ବିଚାର କରାଯାଇପାରେ । ଗତ ଗୋଟିଏ ବର୍ଷ ମଧ୍ୟରେ ଚିପ ମେମୋରୀର ମୂଲ୍ୟ ୪୦୦%ରୁ ଅଧିକ ବୃଦ୍ଧି ପାଇବା ଯୋଗୁଁ ମୋବାଇଲ ହ୍ୟାଣ୍ଡସେଟର ଦାମ ପ୍ରାୟ ୨୦% ପର୍ଯ୍ୟନ୍ତ ବଢ଼ିଯାଇଛି, ଯାହା ଫଳରେ ମୋବାଇଲ ବିକ୍ରି ପ୍ରଭାବିତ ହେଉଛି।