ଭୁବନେଶ୍ବର(ସତ୍ୟପାଠବ୍ୟୁରୋ): ଓରାଙ୍ଗଉଟାନଙ୍କ ଚାଲିଛି ସ୍ବାସ୍ଥ୍ୟ ପରୀକ୍ଷା। ରକ୍ତହୀନତା ରୋଗରେ ପୀଡ଼ିତ ୩ ଓରାଙ୍ଗଉଟାନ ଛୁଆ। ଜଣକୁ ସିଭିୟର ଓ ଅନ୍ୟ ୨ ଜଣ ସାମାନ୍ୟ ରକ୍ତହୀନତା ଚିହ୍ନଟ ହୋଇଛି। କମିଟି ପରାମର୍ଶକ୍ରମେ ସପୋର୍ଟିଭ୍ ସପ୍ଲିମେଣ୍ଟେସନ୍ ଦିଆଯାଉଛି। ନିୟମିତ ଭାବେ ଓରାଙ୍ଗ ଉଟାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି। ଗତକାଲି ଶାବକମାନଙ୍କ ଛାତି, ପେଟ ଓ ଖପୁରୀର ଏକ୍ସ-ରେ କରାଯାଇଥିଲା। ଏଥିସହ ରକ୍ତ, ସିରମ୍ ଏବଂ ନାକରୁ ସ୍ୱାବ୍ ମଧ୍ୟ ସଂଗ୍ରହ କରାଯାଇଥିଲା। ଇନ୍-ହାଉସ୍ ହେମାଟୋଲୋଜି ପରୀକ୍ଷାରୁ ସେମାନଙ୍କ ଠାରେ ରକ୍ତହୀନତା ଚିହ୍ନଟ ହୋଇଥିଲେ। ବାକି ରିପୋର୍ଟ ଆସିବା ପରେ ପରବର୍ତ୍ତି ଚିକିତ୍ସା ମଧ୍ୟ କରାଯିବ।