ନୂଆଦିଲ୍ଲୀ, (ସତ୍ୟପାଠବ୍ୟୁରୋ): ଦାରାଙ୍କ ଆଗୁଆ ମୁକ୍ତି ଆବେଦନ ମାମଲାର ଶୁଣାଣି ପୁଣି ସୁପ୍ରିମକୋର୍ଟରେ ଘୁଞ୍ଚିଲା। ୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ ସର୍ବୋଚ୍ଚ ନ୍ୟାୟାଳୟ। ସମୟ ମାଗିଲେ ଦାରା ସିଂଙ୍କ ଓକିଲ ଏ.ପି ସିଂହ। ଦାରାଙ୍କ ଆବେଦନ ଖାରଜ ନେଇ ସୁପ୍ରିମକୋର୍ଟଙ୍କୁ ଅବଗତ କଲେ ରାଜ୍ୟ ସରକାର। ଏବେ ଅନିଶ୍ଚିତତା ମଧ୍ୟରେ ଦାରା ସିଂଙ୍କ ମୁକ୍ତି। ଗ୍ରାହାମ ଷ୍ଟେନ୍ସ ହତ୍ୟା ଘଟଣାରେ ଦାରା ସିଂ ମୁକ୍ତି ନେଇ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ୩ ସପ୍ତାହ ପର୍ଯ୍ୟନ୍ତ ଶୁଣାଣି ଘୁଞ୍ଚାଇଲେ ସର୍ବୋଚ୍ଚ ନ୍ୟାୟାଳୟ। ରାଜ୍ୟ ଦଣ୍ଡ ସମୀକ୍ଷା ବୋର୍ଡ ଦାରାଙ୍କ ଆଗୁଆ ମୁକ୍ତି ଆବେଦନକୁ ଖାରଜ କରିଛନ୍ତି। ସମାଜ ଉପରେ ଏହାର ପ୍ରଭାବ ପଡ଼ିବା ସହ ଆଗକୁ ସାମ୍ପ୍ରଦାୟିକ ଅଶାନ୍ତିର ଆଶଙ୍କା ଥିବା ଦର୍ଶାଇ ବୋର୍ଡ ଖାରଜ କରିଥିଲା। ୧୯୯୯ ମସିହାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅ ଗାଡ଼ି ଭିତରେ ଶୋଇଥିବା ବେଳେ ଗାଡ଼ିକୁ ନିଆଁ ଲଗାଇ ଦିଆଯାଇଥିଲା। ଏଥିରେ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ପୁଅଙ୍କ ମୃତ୍ୟୁ ହୋଇଥିଲା।