ଉମରକୋଟ, (ସତ୍ୟପାଠବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ତହରା ଗ୍ରାମ ପଞ୍ଚାୟତର କେନ୍ଦୁଘାଟ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପିଥିବା ଦେଖିବାକୁ ମିଳିଛି। ଏଥିରେ ୨୫ ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଝାଡ଼ାବାନ୍ତି ଆକ୍ରାନ୍ତରେ ତୃତୀୟ ଶ୍ରେଣୀର ଜଣେ ଛାତ୍ରର ମୃତ୍ୟୁ ହୋଇଛି। ଫଳରେ ଗାଁରେ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୧୦ ଜଣରୁ ଅଧିକ ଆକ୍ରାନ୍ତଙ୍କୁ ପୂଜାରୀଗୁଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ୍ ପହଞ୍ଚିଥିବା ଜଣାଯାଇଛି। ଗାଁଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଉଛି । ଝାଡ଼ାବାନ୍ତିର ପ୍ରକୃତ କାରଣ କ’ଣ । କେଉଁ କାରଣରୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି ସେନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନୁସନ୍ଧାନ କରାଯାଉଛି। ଗାଁର ବିଭିନ୍ନ ସ୍ଥାନରୁ ପାଣି ନମୁନା ସଂଗ୍ରହ କରାଯାଇଥିବାବେଳେ ପରୀକ୍ଷା ପରେ ଜଣାପଡ଼ିବ କେଉଁ କାରଣରୁ ଗାଁରେ ଝାଡ଼ାବାନ୍ତି ବ୍ୟାପିଛି।