କେନ୍ଦ୍ରାପଡ଼ା, (ସତ୍ୟପାଠବ୍ୟୁରୋ) ବାଇକରେ ଯାଉଥିବା ବେଳେ ହଠାତ୍‌ ଗଛ ଡାଳ ଭାଙ୍ଗି ଜଣେ ଯୁବକଙ୍କ ପେଟରେ ପଶିଯାଇଛି। ଏଥିରେ ଯୁବକ ଜଣଙ୍କ ଗୁରୁତର ଆହତ େହାଇଛନ୍ତି। ଗୁରୁତର ହେଲେ ବାଇପୁର ଗଁାର ବିଚିତ୍ର ପ୍ରଧାନ। ତାଙ୍କୁ ଗୁରୁତର ଅବସ୍ଥାରେ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଭୟଙ୍କର ଦୁର୍ଘଟଣା େଦଖିବାକୁ ମିଳିଛି କେନ୍ଦ୍ରାପଡ଼ା ସଦରଥାନା ଅଞ୍ଚଳରେ
ସୂଚନାଯୋଗ୍ୟ, ବିଚିତ୍ର କୌଣସି କାମରେ ଚନ୍ଦନପୁର କଂସାରା ରାସ୍ତା ଦେଇ ଯାଉଥିଲେ। ଏହି ସମୟରେ ହଠାତ୍‌ ପବନ ଜୋରରେ େହବାରୁ ସେଠାରେ ଥିବା ଗଛଟି ମୂଳରୁ ଉପୁଡ଼ି ପଡ଼ିଥିଲା। ଫଳରେ ଗଛର ଏକ ବଡ଼ ଡାଳଟିଏ ତାଙ୍କ ପେଟରେ ପଶି ଯାଇଥିଲା। ଫଳରେ ସେ ବାଇକରୁ ତଳେ ପଡ଼ିଯାଇଥିଲେ। ସେହି ରାସ୍ତା େଦଇ ଯାଉଥିବା ଜଣେ ଲୋକେ ଏହା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ େଚଷ୍ଟା କରିଥିଲେ। ମାତ୍ର ଗଛଟି ତାଙ୍କ େପଟର ଆଗରେ ପଶି ପଛ ପଟେ ବାହାରି ଯାଇଥିବା େଦଖିବା ପରେ ସେହି ରାସ୍ତା େଦଇ ଯାଉଥିବା ଏକ ବୋଲେର ଗାଡ଼ିକୁ ଅଟକାଇ ସେଥିରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ପରେ କଟକର ଘରୋଇ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ତାଙ୍କୁ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟପନ୍ନା ରହିଛି। ଏସସିବି ମେଡ଼ିକାଲର ଏକ ବିଶେଷଜ୍ଞ ଟିମ୍‌ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ଜଣାପଡ଼ିଛି। ବିରଳ ଅସ୍ତ୍ରୋପଚାର କରାଯିବ େବାଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ବିଚିତ୍ର ୫ ଭଉଣୀରେ ଗୋଟିଏ ଭାଇ। ଏହି ଘଟଣାକୁ ପରିବାରବର୍ଗ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।