ପୁରୀ, (ସତ୍ୟପାଠବ୍ୟୁରୋ)- ଆସନ୍ତା ୩୦ ତାରିଖରୁ ଖୋଲିବ ଗୁଣ୍ଡିଚା ମନ୍ଦିର। ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହି ସମୟରେ ଶ୍ରୀଜିଉଙ୍କ ଜନ୍ମବେଦୀ ଦର୍ଶନ କରିପାରିବେ ଭକ୍ତ। ଏନେଇ ଆଜି ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ପ୍ରଥମ ୩ ଦିନ ମାଗଣାରେ ପ୍ରବେଶ କରିବେ ଶ୍ରଦ୍ଧାଳୁ। ଏହାପରେ ୧୦ ଟଙ୍କା ଶୁଳ୍କ ଆଦାୟ କରାଯିବ। ସେହିପରି ବରିଷ୍ଠ ନାଗରିକ ଓ ଶିଶୁଙ୍କ ପାଇଁ କୌଣସି ଦେୟ ପଡ଼ିବନି। ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ପାଇଁ ଜୋତା ଓ ମୋବାଇଲ୍ ଷ୍ଟାଣ୍ଡ ମାଗଣା ବ୍ୟବସ୍ଥା କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।
