ମହାନଦୀ ଜଳ ବିବାଦ ମାମଲା: ଅପବାଦରୁ ବଞ୍ଚିବା ପାଇଁ ସରକାର ଓକିଲଙ୍କ ପଛରେ ଉଡେଇ ସାରିଲେଣି ୪ କୋଟି ଟଙ୍କା

ପ୍ରଦୀପ ପ୍ରଧାନ

ଆବାହକ, ସୂଚନା ଅଧିକାର ଅଭିଯାନ

ମହାନଦୀ ଉପର ମୁଣ୍ଡରେ ଛତିଶଗଡ ଏକାଧିକ ବ୍ୟାରେଜ୍ ଓ ଡ୍ୟାମ୍ ନିର୍ମାଣ କୁ ନେଇ ଓଡିଶା ସରକାର ପ୍ରଥମେ ମିଛ କହିଲେ। ଧରା ପଡିଵା ପରେ ମୁଁହ ଵଂଚେଇବା ପାଇଁ ସଂଳାପ ରଚିଲେ ଓ କହି ବୁଲିଲେ। ଅପବାଦରୁ ଵଂଚିଵା ପାଇଁ ତାହା ଵି କାମ ଦେଲାନାହିଁ। ଶେଷରେ ଅଦାଲତ ର ଶରଣ ପଶିଲେ ଏବଂ ଓକିଲଙ୍କୁ ପୋଷିଲେ। ଗୁରୁତର ପ୍ରସଙ୍ଗଟି ହେଲା ରାଜ୍ୟ ସରକାର ଇତିମଧ୍ୟରେ ଓକିଲ ଫିସ୍ ବାଵଦରେ କୋଟି କୋଟି ଟଙ୍କା ଉଡେଇ ସାରିଲେଣି ଅଥଚ ଫଳ ଶୂନ। 18.6.21 ରେ ସୂଚନା ଅଧିକାର ଆଇନ ରେ ମିଳିଥିବା ତଥ୍ୟ ଅନୁଯାୟୀ, ରାଜ୍ୟ ସରକାର ମହାନଦୀ ଜଳ ବିବାଦ ମାମଲା ଟ୍ରିବ୍ୟୁନାଲ ରେ ଲଢ଼ିବା ପାଇଁ Advocate ମାନଙ୍କ ଫିସ ବାବଦରେ ଗତ ତିନି ବର୍ଷ ମଧ୍ୟରେ 4 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଆଡ଼ଭୋକେଟ ମୁକୁଲ ରୋହତଗି  ଫିସ ବାବଦ 1,14,50,000 ଟଙ୍କା ନେଇଥିଲାବେଳେ Adv.  MOHAN V.KATARKI  ଫିସ ବାବଦ 1,80,90,000 ଟଙ୍କା ନେଇଛନ୍ତି । ଅନ୍ୟ ଆଇନଜୀବୀ ମାନେ ଯଥା ତାପସ କୁମାର ପ୍ରହରାଜ, ରଣଭିର ସିଂ, Sekhar Naphade , Rakesh Dewevedei , AGRAWAL LAW HOUSE ପ୍ରମୁଖ ଅର୍ଥ ନେଇଛନ୍ତି । ମାମଲା ଏବେବି ଚାଲିଛି । ଆହୁରି ଅର୍ଥ ଖର୍ଚ୍ଚ ହେବ । କିନ୍ତୁ ଫଳ କଣ ମିଳିବ , ତାହା ଭବିଷ୍ୟତ କହିବ । 

2016 ମସିହାର  ଯେତେବେଳେ ନଗଡା ଶିଶୁ ମୃତ୍ୟୁ କୁ ନେଇ ରାଜ୍ୟରେ  ଆଲୋଡନ ସୃଷ୍ଟି ହୋଇଥିଲା , ଠିକ ସେତିକିବେଳେ  ହଠାତ  ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସରକାର ବିରୁଦ୍ଧରେ ଯୁଦ୍ଧ ଦେହିଁ ଡାକରା ଦେଲେ । ଛତିଶଗଡ଼ ସରକାର ବେଆଇନ ଭାବେ ମନଇଚ୍ଛା ମହାନଦୀ ଉପରେ ଅନେକ ବନ୍ଧ ନିର୍ମାଣ ଯୋଗୁଁ  ଓଡ଼ିଶାରେ ମହାନଦୀ ଶୁଖି ଯାଉଛି ବୋଲି ଅଭିଯୋଗ କରାଗଲା । ତେଣୁ  ଛତିଶଗଡ଼ ସରକାର ତୁରନ୍ତ ବନ୍ଧ ନିର୍ମାଣ ବନ୍ଦ କରିବା ଦାବି କରି ବିଜେଡି ଦଳ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳ ଦପ୍ତର ସମ୍ମୁଖରେ ଧାରଣା ଦେଲେ । ରାଜ୍ୟପାଳ ଙ୍କୁ ଦାବି ପତ୍ର ପ୍ରଦାନ ଠାରୁ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ନିଆଗଲା । ରାଜ୍ୟବ୍ୟାପୀ ବିତର୍କ ଚାଲିଲା । ଏହା ସମୟରେ କେନ୍ଦ୍ର ସରକାର ଆଲୋଚନା ପାଇଁ ବୌଠକ (tripartite meeting) ଡାକିଲେ । ଓଡିଶା, ଛତିଶଗଡ଼ କୁ ପକ୍ଷ ରଖିବା ପାଇଁ କୁହାଗଲା ।   ଏହି ବୈଠକରେ ଓଡ଼ିଶାର କଣ ମତ ରହିବ , ସେଥିପାଇଁ  ମୁଖ୍ୟମନ୍ତ୍ରୀ ମହାନଦୀ ଜଳ ବିବାଦର ସମାଧନ ପାଇଁ ରାଜ୍ୟବାସୀ ଙ୍କ ମତାମତ ଆହ୍ୱାନ କଲେ । ଶହ ଶହ ବୁଦ୍ଧିଜୀବୀ, ସମାଜସେବୀ , ଲେଖକ , ସାହିତ୍ୟିକ, ବିଭିନ୍ନ ସଂଗଠନ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭେଟି ସେମାନଙ୍କ ମତାମତ  ଦେଇଥିଲେ । ତ୍ରିପାକ୍ଷିକ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ଯେତେବେଳେ ଦିଲ୍ଲୀଗଲେ , ବିଜେଡି ତରଫରୁ 10,000 ଲୋକଙ୍କୁ ଏକଜୁଟ କରି ବହୁ ଆଡମ୍ବରରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ଏୟାରପୋର୍ଟରେ ବିଦାୟ ଦିଆଗଲା ।  ଫଳ ହେଲା ଶୂନ । ବୌଠକ ରେ କିଛି ନିର୍ଯାସ ବାହାରିଲା ନାହିଁ । ମୁଖ୍ୟମନ୍ତ୍ରୀ ଓଡିଶା ଫେରିଲେ । ଏଠାରେ ସୂଚନାଯୋଗ୍ୟ , ଏହାର କିଛି ମାସ ପରେ ସୂଚନା ଆଇନ ବଳରେ ଜଳ ସମ୍ପଦ ବିଭାଗକୁ ଯେତେ ସବୁ ମତାମତ ଦିଆଯାଇଥିଲା , ତାହାକୁ କିପରି ରାଜ୍ୟ ସରକାର ବ୍ୟବହାର କଲେ ,କେଉଁ ମତାମତ ଗ୍ରହଣ କଲେ, ଏ ସମ୍ପର୍କରେ ତଥ୍ୟ ମଗାଯାଇଥିଲା । ଉତ୍ତର ମିଳିଲା no such information is available । ଅର୍ଥାତ ଏହି ସବୁ ମତାମତ କୁ ସରକାର କିଛି ବ୍ୟବହାର କରି ନାହାନ୍ତି । ଏହା ଏକ ଡ୍ରାମା ଥିଲା , ଲୋକଙ୍କୁ ଭ୍ରମିତ କରିବା ଉଦ୍ଧେଶ୍ୟ ଥିଲା । ରାଜ୍ୟ ସରକାର  ମହାନଦୀ ଜଳ ବିବାଦର କୌଣସି ସମାଧାନ ନପାଇ ଟ୍ରିବ୍ୟୁନାଲ ରେ କେଶ ଫାଇଲ କରିଛନ୍ତି ଯାହାକି ବିଚାରଧୀନ ଅଛି ।

Related Posts