(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହେବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଜୁଲାଇ ୨୬ ରୁ ୩୦ ଦିଲ୍ଲୀ ଗସ୍ତରେ ଆସିବେ ମମତା । ସେ ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ଏହା ସହ ବିରୋଧୀ ଦଳର ବରିଷ୍ଠ ନେତାଙ୍କୁ ମଧ୍ୟ ଭେଟିବେ।
ଏପଟେ ମମତାଙ୍କ ଏହି ଗସ୍ତକୁ ନେଇ ପଶ୍ଚିମବଙ୍ଗ ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ ରବିବାର ଦିନ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସେ କେନ୍ଦ୍ରୀୟ ସମ୍ବଳର ଅପବ୍ୟବହାର କରିଛନ୍ତି ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରି ଟଙ୍କା ଆଣିବାକୁ ଚାହୁଁଛନ୍ତି। ଘୋଷଙ୍କ ଏହି ବୟାନକୁ ନେଇ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶାସକ ଟିଏମସି। ଦଳ ପକ୍ଷରୁ କଡା ପ୍ରତିକ୍ରିୟା ପ୍ରକାଶ କରି କୁହାଯାଇଛି ଯେ, ଘୋଷ ପ୍ରଥମେ ଫେଡେରାଲ୍ ସିଷ୍ଟମକୁ ବୁଝିବା ଉଚିତ ଯେଉଁଥିରେ ରାଜ୍ୟର ମୁଖ୍ୟ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିବେ।
ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଘୋଷ ଅଭିଯୋଗ କରିଥିଲେ ଯେ ଟିଏମସି ସଦସ୍ୟମାନେ ରାଜ୍ୟ ରାଜକୋଷରୁ ଟଙ୍କା ହଡପ କରି ନେଇଛନ୍ତି। ମମତା ବାନାର୍ଜୀଙ୍କ ଦିଲ୍ଲୀ ଗସ୍ତ ବିଷୟରେ ପଚରାଯିବାରୁ ବିଜେପି ନେତା କହିଛନ୍ତି ଯେ ସେ (ବାନାର୍ଜୀ) କେନ୍ଦ୍ର ଦେଇଥିବା ଅର୍ଥର ଅପବ୍ୟବହାର କରିଛନ୍ତି ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଛନ୍ତି । ରାଜ୍ୟ ବର୍ତ୍ତମାନ ଏକ ପ୍ରକାର ଦେବାଳିଆ ହୋଇପଡିଛି।
ଆର୍ଥିକ ସଙ୍କଟ ଦେଇ ଗତି କରୁଛି ବେଙ୍ଗଲ: ଘୋଷ
ଘୋଷ କହିଛନ୍ତି ଯେ ମମତା ବାନାର୍ଜୀ ସରକାରଙ୍କ ଦୁର୍ନୀତି ଯୋଗୁଁ ପଶ୍ଚିମବଙ୍ଗ ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ରାଜ୍ୟର ଆର୍ଥିକ ଅବସ୍ଥା ଖରାପ ହେବା ସହ ଟିଏମସିରେ ବଢୁଥିବା ଦଳଗତତାକୁ ନେଇ ଦିଦି ହୃଦୟଙ୍ଗମ କରିଛନ୍ତି ଯେ 2024 ମସିହାରେ ହେବାକୁ ଥିବା ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ସେ ରାଜ୍ୟ ଚଳାଇ ପାରିବେ ନାହିଁ। ବିଜେପି ରାଜ୍ୟ ସଭାପତିଙ୍କ ଏହି ବୟାନ ଉପରେ କଡା ପ୍ରତିକ୍ରିୟା ରଖି ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି ଯେ ସେ ଏଭଳି ଭଳି ମନ୍ତବ୍ୟ ପାଇଁ ଜଣାଶୁଣା। ସେ ପ୍ରଥମେ ଫେଡେରାଲ ସିଷ୍ଟମ ବିଷୟରେ ଜାଣନ୍ତୁ, ଯେଉଁଠାରେ ରାଜ୍ୟ ମୁଖ୍ୟ ସର୍ବଦା ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିବେ ? ଦିଲୀପ ଦା ପ୍ରଥମେ ତଥ୍ୟ କୁ ଯାଞ୍ଚ କରିବା ଉଚିତ୍। ତୃଣମୂଳ କଂଗ୍ରେସ ଶାସନ ଅଧୀନରେ ବଙ୍ଗଳାର ରାଜସ୍ୱ ବୃଦ୍ଧି ପାଇଛି ବୋଲି ସେ ଦାବି କରିଛନ୍ତି ।
ବେଙ୍ଗଲ ସରକାରରେ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ବିଧାୟକ ଚନ୍ଦ୍ରମା ଭଟ୍ଟାଚାର୍ଯ୍ୟ ମଧ୍ୟ ଘୋଷଙ୍କ ବୟାନକୁ କଡା ସମାଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ ମମତା ବାନାର୍ଜୀ ଶୁକ୍ରବାର ଦିନ କହିଛନ୍ତି ଯେ ଜୁଲାଇ ମାସର ଶେଷ ସପ୍ତାହରେ ଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ । ତେବେ ସେ ଏହି ବୈଠକର ତାରିଖ ଉଲ୍ଲେଖ କରିନାହାଁନ୍ତି।
