୧୦ ବର୍ଷ ପୁରୁଣା ଗାଡି ଗଡ଼ିବା ଉପରେ ରୋକ ଲଗାଇଛନ୍ତି ଦିଲ୍ଲୀ ସରକାର | ଫଳରେ ପହିଲାରୁ ଆଉ ରାଜଧାନୀର ରାଜରାସ୍ତା ଉପରେ ଗଡିବନି ୧୦ ବର୍ଷ ପୁରୁଣା ଗାଡି। ପହିଲାରୁ ଦିଲ୍ଲୀ ସରକାର ସମସ୍ତ ଡିଜେଲ ଯାନ ପଞ୍ଜୀକରଣ ରଦ୍ଦ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।

ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଗାଇଡଲାଇନ ଅନୁସାରେ ଦିଲ୍ଲୀ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ପରିବହନ ବିଭାଗ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିଗୁଡ଼ିକର ମାଲିକଙ୍କୁ ନୋ-ଅବଜେକସନ ପ୍ରମାଣପତ୍ର ଦିଆଯିବ।

ତେବେ ଦିଲ୍ଲୀ ପରିବହନ ବିଭାଗ ଦ୍ବାରା ଏହି ସପ୍ତାହ ପୂର୍ବରୁ ଜାରି କରାଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଡିଜେଲ ଯାନ ପାଇଁ ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପୂରଣ କରିଥିବା ଡିଜେଲ ଯାନ ପାଇଁ କୌଣସି ଏନଓସି ପ୍ରଦାନ କରାଯିବ ନାହିଁ।