ଦେଶ ବାସୀଙ୍କୁ ଏବେ ଘାରିଛି କରୋନାର ମାରାତ୍ମକ ଓମିକ୍ରନ ଭାରିଏଣ୍ଟ ଚିନ୍ତା | ଏବେ ଶୀତ ଋତୁ ଆରମ୍ଭ ହୋଇଯାଇଥିବାରୁ ଓମିକ୍ରନ ଆହୁରି ଶକ୍ତିଶାଳୀ ରୂପ ଧାରଣ କରି ଦ୍ରୁତଗତିରେ ମାଡ଼ିବା ସହ ମୃତ୍ୟୁର କାରଣ ସାଜିବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶବାସୀଙ୍କୁ ଓମିକ୍ରନକୁ ନେଇ ସତର୍କ କରାଇଛନ୍ତି।

ଓମିକ୍ରନରୁ ବର୍ତ୍ତିବା ପାଇଁ ସେ ସମସ୍ତଙ୍କୁ ଟିକା ନେବାକୁ ପରାମର୍ଶ ଦେଇଛନ୍ତି ବାଇଡେନ । ଭାଇରସରୁ ସୁରକ୍ଷା ପାଇଁ ଟିକାକରଣ ଏକମାତ୍ର ଅସ୍ତ୍ର । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ଶୀତ ଦିନେ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ।

ଡିସେମ୍ବର ୧ ସୁଦ୍ଧା ଦୈନିକ ସଂକ୍ରମଣର ହାରା ହାରି ୮୬ ହଜାର ଥିଲା। କିନ୍ତୁ ଡିସେମ୍ବର ୧୪ରେ ୧,୧୭,୦୦୦କୁ ବୃଦ୍ଧି ପାଇଛି। ଏହାର ଅର୍ଥ ସଂକ୍ରମଣ ହାର ୩୫% ବଢ଼ିଛି। ଆମେରିକାରେ ଏବେ ଦୈନିକ ମୃତ୍ୟୁସହଖ୍ୟା ୧୧୫୦ ରହିଛି। ଆଗକୁ ଏହା ବଢ଼ିବାର ମଧ୍ୟ ଆଶଙ୍କା ରହିଛି।