ମୁମ୍ବାଇରେ ଗ୍ରାଣ୍ଡ ରିସେପସନ୍‌ ପାର୍ଟି ଦେବେ ଭିକି-କ୍ୟାଟ୍‌: ଅତିଥିଙ୍କୁ ମାନିବାକୁ ପଡିବ କୋଭିଡ୍ ନିୟମ, ସାଙ୍ଗରେ ନେବେ ନେଗେଟିଭ୍ ରିପୋର୍ଟ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡର ଦୁଇ ଲଭ ବାର୍ଡ଼ ଭିକି-କ୍ୟାଟ୍‌ | ରାଜସ୍ଥାନରେ ବିବାହ କରି ସାରିବା ପରେ ମୁମ୍ବାଇ ଫେରି ଆସିଛନ୍ତି ଏହି ନବ ଦମ୍ପତ୍ତି | ତେବେ ଏବେ ଦୁହେଁ ମୁମ୍ବାଇରେ ବଲିଉଡ ସେଲିବ୍ରିଟିଙ୍କୁ ନେଇ ଏକ ଗ୍ରାଣ୍ଡ ରିସେପସନ ପାର୍ଟିରେ ଆୟୋଜିତ କରିବାକୁ ଯାଉଛନ୍ତି |

ଏଥି ପାଇଁ ଫୁଲ୍‌ ଦମ୍‌ରେ ପ୍ରସ୍ତୁତି ଚାଲିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଶୁଣିବାକୁ ମିଳୁଛି କି ୨୦ ତାରିଖରେ ଏହି ଗ୍ରାଣ୍ଡ ରିସେପ୍‌ସନ ପାର୍ଟି ଦେବାକୁ ଯାଉଛନ୍ତି । ଏହା ସହ ସମସ୍ତ ମେନ୍ୟୁ, ଭେନ୍ୟୁ ବି ଫାଇନାଲ ହୋଇ ସାରିଛି । ଗେଷ୍ଟ ଲିଷ୍ଟ ବି ଫାଇନାଲ୍‌ ସରିଛି। ଅତିଥିଙ୍କୁ ନିମନ୍ତ୍ରିତ କରି ସାରିଛନ୍ତି । ହେଲେ ବର୍ତ୍ତମାନ ମୁମ୍ବାଇରେ ଏବେ କରୋନା ପୁଣି ଥରେ ବଢିଛି ଏଥିପାଇଁ ସମସ୍ତଙ୍କୁ ଘାରିଛି କରୋନାର ଭୟ । ତଥାପି କରୋନା ପ୍ରୋଟୋକଲ ମାନି ଏହି ପାର୍ଟି ନିମନ୍ତେ ନବଦମ୍ପତ୍ତି ପ୍ରସ୍ତୁତ ହେଉଥିବା ଜଣାଯାଇଛି।

ସୂତ୍ର ଅନୁଯାୟୀ, ଭିକି କ୍ୟାଟ୍ରିନାଙ୍କ ବିବାହ ଡିସେମ୍ବର ୯ ତାରିଖରେ ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ସମ୍ପନ୍ନ ହୋଇଥିଲା। ଏହି ବିବାହ ଉତ୍ସବରେ ଉଭୟଙ୍କ ପରିବାର ସଦସ୍ୟଙ୍କ ସମେତ ବଲିଉଡର ବହୁ ଘନିଷ୍ଠ ବ୍ୟକ୍ତି ଯୋଗ ଦେଇଥିଲେ। ସେଠାରେ କେବଳ କବିର ଖାନ, ମିନି ମାଥୁର, ନେହା ଧୁପିଆ ଓ ଅଙ୍ଗଦ ବେଦୀଙ୍କୁ ସ୍ପଟ କରା ଯାଇଥିଲା। ଆସନ୍ତା ୨୦ ତାରିଖରେ ତାରକା ହୋଟେଲ ଜେଡବ୍ଲ୍ୟୁ ମେରିୟଟରେ ଉଭୟଙ୍କ ରିସେପସନ ଆୟୋଜିତ ହେବ ।

Related Posts