2022-23 ବଜେଟ୍ ଅଧିବେଶନ ପୂର୍ବରୁ ବିଭିନ ବର୍ଗର ପ୍ରତିନିଧିମାନଙ୍କ ସହ ଆଲୋଚନା କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ | ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେବ |
ଏଥିସହ ସେ ମଧ୍ୟ ସେବା, ବାଣିଜ୍ୟ କ୍ଷେତ୍ର ବିଶେଷଜ୍ଞମାନଙ୍କ ସହ ପୂର୍ବାହ୍ନରେ ଆଲୋଚନା ପରେ ମଧ୍ୟାହ୍ନରେ ଶିଳ୍ପ, ଭିତ୍ତିଭୂମି ଏବଂ ଏବଂ ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରିବେ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଏହା ମୋଦି 2.0 ସରକାର ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଚତୁର୍ଥ ବଜେଟ୍ ହେବ । COVID-19 ମହାମାରୀ କାରଣରୁ ଅର୍ଥନୀତି କ୍ଷେତ୍ରରେ ବିଶେଷ ପ୍ରଭାବ ପଡିଛି । ଏହାର ପୁନରୁଦ୍ଧାର କ୍ଷେତ୍ରରେ ଚଳିତ ବଜେଟରେ ବିଶେଷ ଦୃଷ୍ଟି ରହିଛି |
