ରାଜ୍ୟରେ ବଢ଼ିଲା ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା | ଆଜି ରାଜ୍ୟରୁ ୨୩ ଜଣ ନୂଆ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଜିନୋମ ସିକ୍ୱେନ୍ସିଂ ରିପୋର୍ଟରୁ ଜଣାପଡ଼ିଛି ଆଉ ୨୩ ଜଣ ଓମିକ୍ରନରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଛନ୍ତି ।
୨୩ ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ଆକ୍ରାନ୍ତ ବୋଲି ଜଣାପଡ଼ିଛି । ୫୦ ପ୍ରତିଶତ ଆକ୍ରାନ୍ତ ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ମଧ୍ୟ ନଯାଇ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ନୂତନ ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ୍ ମାମଲା ୩୭କୁ ବୃଦ୍ଧି ପାଇଛି । ଜଣେ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ହୋଇ ଥିବାବେଳେ ଆଉ ୩୬ଟି ମାମଲା ସକ୍ରିୟ ରହିଛି ।
ବର୍ତ୍ତମାନ ସୁଦ୍ଧା ଦେଶରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ଦଶମ ସ୍ଥାନରେ ରହିଛି ଓଡ଼ିଶା । ଚିହ୍ନଟ ହୋଇଥିବା ୨୩ ଜଣଙ୍କ ମଧ୍ୟରୁ ୫ରୁ ୬ ଜଣ ବିଦେଶଫେରନ୍ତା । ନୂଆ ସଂକ୍ରମିତଙ୍କୁ ନେଇ ଯାଞ୍ଚ ଚଳାଇଛି ସ୍ବାସ୍ଥ୍ୟ ବିଭାଗ ।





