ଦେଶରେ ବଢୁଛି ଓମିକ୍ରନ୍ ଆକ୍ରାନ୍ତଂକ ସଂଖ୍ୟା | ସେପଟେ ବଢୁଥିବା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ହଂକଂ ବୁଧବାର କେତେକ କଠୋର କଟକଣା ଲାଗୁ କରିଛି | ଭାରତ ସମେତ ୮ଟି ଦେଶରୁ ହଂକଂକୁ ଉଡ଼ାଣ କରୁଥିବା ବିମାନକୁ ଜାନୁୟାରୀ ୨୧ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। ଭାରତ ବ୍ୟତୀତ ଅଷ୍ଟ୍ରେଲିଆ, କାନାଡା, ଫ୍ରାନ୍ସ, ପାକିସ୍ତାନ, ଫିଲିପାଇନ୍ସ, ବ୍ରିଟେନ ଏବଂ ଆମେରିକାର ବିମାନକୁ ମଧ୍ୟ ହଂକଂ କର୍ତ୍ତୃପକ୍ଷ ଶନିବାରଠାରୁ ଦୁଇ ସପ୍ତାହ ପାଇଁ ବନ୍ଦ କରିଛନ୍ତି।
ଓମିକ୍ରନ୍ ସଂକ୍ରମଣ ବଢ଼ୁଥିବାରୁ ହଂକଂ ସୀମାପାର ସମସ୍ତ ସାମାଜିକ କାର୍ଯ୍ୟ ଓ ଅନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା ଲଗାଇଛି। ଓମିକ୍ରନ୍କୁ ନେଇ ହଂକଂ ପଞ୍ଚମ ଲହରର ସମ୍ମୁଖୀନ ହେବାକୁ ଯାଉଛି।
