ଜାନୁୟାରୀ ୧୨ ରେ ଭାରତ ଚୀନ ମଧ୍ୟରେ ୧୪ ତମ କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ଏଲଏସିରେ ଲାଗି ରହିଥିବା ବିବାଦର ସମାଧାନ ପାଇଁ ଆଲୋଚନା ହେବ | ଏହି ବୈଠକରେ ଭାରତୀୟ ସେନା ତରଫରୁ ୧୪ Fire and Fury କର୍ପସ କମାଣ୍ଡର ଲେପ୍ଟନାଣ୍ଟ ଜେନେରାଲ ଅନିନ୍ଦ୍ୟ ସେନଗୁପ୍ତା ନେତୃତ୍ବ ନେବେ। ଚୀନର ନେତୃତ୍ବଙ୍କ ସହିତ ଆଲୋଚନା କରିବେ ବୋଲି ଗୁରୁବାର ସୂଚନା ଦେଇଛନ୍ତି ।

ଭାରତ ଚୀନ ମଧ୍ୟରେ ଏଲଏସିରେ ଲାଗି ରହିଥିବା ବିବାଦୀୟ ପରିସ୍ଥିତିକୁ ସମାଧାନ କରିବା ପାଇଁ କମାଣ୍ଡରସ୍ତରୀୟ ଆଲୋଚନା ଚାଲିଛି । ପୂର୍ବରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରି ବିଭିନ୍ନ ଅଞ୍ଚଳରେ ସମସ୍ୟା ସମାଧାନ କରିଛନ୍ତି । ବର୍ତ୍ତମାନ ୧୪ ତମ କମାଣ୍ଡରସ୍ତରୀୟ ଆଲୋଚନାରେ ଭାରତ ଓ ଚୀନ ମଧ୍ୟରେ ବିଶେଷ କରି ଏଲଏସିର ହଟସ୍ପ୍ରିଙ୍ଗ ଅଞ୍ଚଳକୁ ନେଇ ଆଲୋଚନା କରାଯିବା ସମ୍ଭାବନା ରହିଛି। ଏନେଇ ଉଭୟ ଦେଶର ସରକାରୀସ୍ତରରେ ଆଲୋଚନା ହୋଇଛି ଏବଂ ଉଭୟ ଦେଶର ସେନା ମଧ୍ୟରେ ସମସ୍ୟାର ସମାଧାନ କରାଯିବା ସମ୍ଭାବନା ରହିଛି ।ପୂର୍ବ ଲଦାଖର ବିଭିନ୍ନ ବିବାଦୀୟ ଅଞ୍ଚଳକୁ ନେଇ ଉଭୟ ଦେଶର ସୈନ୍ୟ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । ପୂର୍ବ ଲଦାଖର ହଟସ୍ପ୍ରିଙ୍ଗ, ଗୋଗ୍ରା, ପୋଙ୍ଗୋଙ୍ଗ ଅଞ୍ଚଳକୁ ନେଇ ଗତ ବର୍ଷ ଭାରତ ଓ ଚୀନର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି ଉଭୟ ଦେଶର ସେନା ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଗୋଗ୍ରା ଓ ପୋଙ୍ଗଙ୍ଗର ବିବାଦକୁ ନେଇ ସମାଧାନ ହୋଇଥିବା ସେନା ସୂତ୍ରରୁ ପ୍ରକାଶ । ବର୍ତ୍ତମାନ ହଟସ୍ପ୍ରିଙ୍ଗ ଅଞ୍ଚଳକୁ ନେଇ ଆଲୋଚନା କରାଯିବା ସମ୍ଭାବନା ରହିଛି।

ଭାରତ ଓ ଚୀନ ମଧ୍ୟରେ ଏଲଏସିରେ ହୋଇଥିବା ବିବାଦକୁ ସମାଧାନ କରିବା ପାଇ ପୂର୍ବରୁ ୧୩ ଥର କମାଣ୍ଡରସ୍ତରୀୟ ଆଲୋଚନା କରାଯାଇଛି । ବିବାଦୀୟ ଅଞ୍ଚଳର ସମାଧାନ ପାଇଁ ଉଭୟ ଦେଶର ସେନା ସହିତ କମାଣ୍ଡରସ୍ତରୀୟ ଆଲୋଚନା ଜାରୀ ରଖାଯାଇଛି। ସୂଚନାଥାଉକି ୨୦୨୦ ଜୁନ ୧୫ ତାରିଖରେ ଭାରତ ଓ ଚୀନ ସେନା ମଧ୍ୟରେ ଗଲୱାନ ଉପତ୍ୟକାରେ ସଂଘର୍ଷ ଯୋଗଁ ଉଭୟ ଦେଶର ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା ।