ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ବାଟ ଫିଟିଲା। ନ୍ୟାସନାଲ ଏଜିଲିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ -ସ୍ନାତକ ରେଜଲ୍ଟ ପ୍ରକାଶ ପାଇବାର ଦୁଇ ମାସ ପରେ କାଉନସେଲିଂ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି । ନିଟ୍‌ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀ ବୁଧବାର ତଥା ଜାନୁଆରି ୧୨ ତାରିଖ ପୂର୍ବାହ୍ନ ୧୨ଟାରୁ ୧୮ ତାରିଖ ରାତି ୧୧ଟା ୫୯ ମଧ୍ୟରେ ପଞ୍ଜୀକରଣ କରିବା ସହ ଅନ୍‌ଲାଇନ୍‌ ଆବେଦନ, ଫି’ ଦାଖଲ, ଅନ୍‌ଲାଇନ୍‌ ଯାଞ୍ଚ ଲାଗି ଡକ୍ୟୁମେଣ୍ଟ ଅପ୍‌ଲୋଡ୍‌ କରିପାରିବେ ।

ଫଳରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ କଲେଜରେ ନାମଲେଖାଇବା ପାଇଁ ଆଜିଠୁ ଆରମ୍ଭ ହୋଇଛି ଅନ୍‌ଲାଇନ୍‌ ପ଼ଞ୍ଜୀକରଣ | OJEEରେ ପଞ୍ଜୀକରଣ ପରେ ରାଜ୍ୟ ମେରିଟ୍‌ ଲିଷ୍ଟ ଅନୁସାରେ ଛାତ୍ରଛାତ୍ରୀ ନାମ ଲେଖାଇ ପାରିବେ। ନିଟ୍‌ରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀ କେବଳ ୧୨ରୁ ୧୮ ଭିତରେ ପଞ୍ଜୀକରଣ କରିପାରିବେ। ଫି ଦାଖଲ ଓ ଡକ୍ୟୁମେଣ୍ଟ ଭେରିଫିକେସନ୍‌ ମଧ୍ୟ ଅନ୍‌ଲାଇନ୍‌ରେ ହେବ।

୨୪ତାରିଖରେ ପ୍ରକାଶ ପାଇବ ପ୍ରୋଭିଜିନାଲ୍‌ ମେରିଟ୍‌ ଲିଷ୍ଟ। ଜାନୁଆରି ୨୭ରେ ପ୍ରକାଶ ପାଇବ ଚୁଡାନ୍ତ ମେରିଟ୍‌ ଲିଷ୍ଚ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ନିଟ୍‌ ୟୁଜିର ମେରିଟ୍‌ ଲିଷ୍ଟ ଆଧାରରେ କାଉନସେଲିଂ ଆରମ୍ଭ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଓଜେଇଇ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

www.ojee.nic.in/www.odishajee.comରେ ଲଗ୍‌ ଇନ୍‌ କରି ଛାତ୍ରଛାତ୍ରୀମାନେ ସମସ୍ତ ତଥ୍ୟ ପାଇପାରିବେ |

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଥର ବି ରାଜ୍ୟର ୧୧ଟି ମେଡିକାଲ କଲେଜର ୧୫୧୩ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ରେ ନାମଲେଖା ହେବ। ଯେଉଁଥିରେ ୮ଟି ସରକାରୀ ଓ ୩ଟି ଘରୋଇ ମେଡିକାଲ କଲେଜ ରହିଛି। ମୋଟ ସିଟ୍‌ ମଧ୍ୟରୁ ରାଜ୍ୟ କୋଟାରେ ୧୩୩୦ ସିଟ୍‌ରେ ନାମଲେଖା ଲାଗି ଓଜେଇଇ କାଉନସେଲିଂ କରିବ। ବାକି ସିଟ୍‌ ଲାଗି ସର୍ବଭାରତୀୟସ୍ତରରେ କାଉନସେଲିଂ କରାଯିବ। ‌ତେବେ ଅଲ୍‌ ଇଣ୍ଡିଆ କୋଟା(ଏଆଇକ୍ୟୁ)ରୁ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ଫେରିବା ପରେ ସେଥିପାଇଁ ପରବର୍ତ୍ତୀ ସମୟରେ ରାଜ୍ୟସ୍ତରରେ କାଉନସେଲିଂ ହେବ।