ପଞ୍ଚାୟତ ନିର୍ବାଚନ: ଆସନ୍ତା ୧୫ ତାରିଖରେ ରାଜ୍ୟ ନିର୍ବାଚନ କମିସନର ଡାକିଲେ ବୈଠକ

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିର୍ବାଚନ ନେଇ ନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ, ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଆସନ୍ତା ୧୫ ତାରିଖ ଦିନ ୧୦.୩୦ ମିନିଟ୍ ସମୟରେ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ/ପୁଲିସ୍ ଡେପୁଟୀ କମିଶନର, ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜିମାନଙ୍କ ସହ ଭର୍ଚୁଆଲ୍ ମାଧ୍ୟମରେ ଆଲୋଚନା କରିବ।

ନିର୍ବାଚନ କମିଶନରଙ୍କ ଓସ୍ଓ୍ୱାନ୍ ସମ୍ମିଳନୀ କକ୍ଷରେ ନିର୍ବାଚନ କମିଶନରଙ୍କ ସହ ମୁଖ୍ୟ ଶାସନ ସଚିବ, ପୁଲିସ୍ ଡିଜି, ଉନ୍ନୟନ କମିଶନର ତଥା ସ୍ୱତନ୍ତ୍ର ରିଲିଫ୍ କମିଶନର ଗୃହ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ପଞ୍ଚାୟତିରାଜ ବିଭାଗର ସଚିବ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି। ସେହିପରି ଜିଲ୍ଲା ଓସ୍ଓ୍ୱାନ୍ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ,ଡିସିପି ରାଜସ୍ୱ କମିଶନର, ରେଞ୍ଜ ଆଇଜି/ଡିଆଇଜି ପ୍ରମୁଖ ଉପସ୍ଥିତ ରହିବେ।

ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନକୁ ଅବାଧ, ସ୍ୱଚ୍ଛ ଓ ନିରାପଦ କରିବା ସହ ସୁରୁଖୁରୁରେ ନିର୍ବାଚନ ପରିଚାଳନା, ନିର୍ବାଚନ ବେଳେ ଆଇନଶୃଙ୍ଖଳା ରକ୍ଷା, ନିର୍ବାଚନ ସମୟରେ ରାଜ୍ୟରେ କୋଭିଡର ଭୟାବହତା ମଧ୍ୟରେ କିପରି ଭାବରେ ନିରାପଦ ନିର୍ବାଚନ ହୋଇପାରିବ ସେ ସଂପର୍କରେ ବିସ୍ତୃତ ଆଲୋଚନା ସହ ନିର୍ବାଚନ ବେଳେ କୋଭିଡ୍ ନିର୍ଦ୍ଦେଶାବଳୀର ଅନୁପାଳନ ବିଷୟରେ ବିଶେଷ କରି ଆଲୋଚନା ହେବ ବୋଲି ରାଜ୍ୟ ନିର୍ବାଚନ ଆୟୋଗଙ୍କ ସୂତ୍ରରୁ ପ୍ରକାଶ | ଫେବୃୟାରୀ ୧୬ରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ |

Related Posts