ଓଡ଼ିଶାରେ ପହଞ୍ଚିଲା ୫୦ ହଜାର ଓମିସିୟର କିଟ୍ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆରଏମଆରସିକୁ କିଟ୍ ଦିଆଯାଇଛି । ଏହି ଓମିସିୟୋର କିଟ୍ ଦ୍ୱାରା ଅତି ସହଜରେ ଓ ଶୀଘ୍ର ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇପାରିବ । ବିନା ଜିନମ ସିକ୍ୱେନ୍ସିଂରେ ଓମିକ୍ରନ ଚିହ୍ନଟ ହୋଇପାରିବ ।

ଦେଶର ପ୍ରଥମ ସ୍ୱଦେଶୀ ପରୀକ୍ଷା କିଟ୍ ହେଉଛି ଓମିସିୟର । ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ ଏହି କିଟ୍ ତିଆରି କରିଛି । ତେବେ ୫ ଲକ୍ଷ ଓମିସିୟର କିଟ୍ ଆଣିବାକୁ ଅର୍ଡର ଦିଆଯାଇଛି । ଟାଟା ମେଡିକାଲ ଏବଂ ଡାଇଗ୍ନୋଷ୍ଟିକକୁ ଅର୍ଡର ଦିଆଯାଇଛି । ‘ଓମିସିୟର’ ପରୀକ୍ଷା ଦ୍ୱାରା ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେବ । ଓମିକ୍ରନ ଚିହ୍ନଟ ପାଇଁ ଆଉ ଜିନୋମ ସିକ୍ୱେନ୍ସିଂ ପରୀକ୍ଷା ଆବ୍ୟଶ୍ୟକ ହେବନି । ଜିନୋମ ସିକ୍ୱେନସିଂ କରୁଥିବା ଆଇଏଲଏସ ଉପରେ ବି ଚାପ କମିଯିବ । ଓମିସିୟର’ କିଟ୍ କିଣିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓମିକ୍ରନ କିଟ୍‌ ଓମିସିୟୋରର ୫ ଲକ୍ଷ କିଟ ପାଇଁ ଅର୍ଡର ଦେଇଛନ୍ତି । ଓମିକ୍ରନର ଲକ୍ଷଣ ଥିଲେ ସଙ୍ଗେ ସଙ୍ଗେ ଏହି କିଟ୍‌ରେ ଟେଷ୍ଟ କରିବା ଦ୍ୱାରା ଭୂତାଣୁ ଚିହ୍ନଟ ହୋଇପାରିବ ।