ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲ୍ଲି ବାଈ ଆପ୍ ମାମଲା: ଓଡ଼ିଶାର ଜଣେ ଗିରଫ !

ବହୁ ଚର୍ଚ୍ଚିତ ତଥା ବିବାଦୀୟ ବୁଲ୍ଲି ବାଈ ଆପ୍ ମାମଲାରେ ସାମ୍ନାକୁ ଆସିଛି ଏକ ବଡ ଖବର | ଏହି ମାମଲାରେ ପୁଲିସ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି | ଗିରଫ ଅଭିଯୁକ୍ତ ଓଡ଼ିଶାର | ମୁମ୍ବାଇ ପୁଲିସତାଙ୍କୁ ଗିରଫ କରିଛି | ଓଡ଼ିଶାରୁ ଜଣକୁ ଗିରଫ କରାଯାଇଥିବା ନେଇ ANI ସୂତ୍ରରୁ ସୂଚନା ମିଳିଛି। ଗିରଫ ଅଭିଯୁକ୍ତର ନାଁ ନୀରଜ ସିଂହ ବୋଲି ଜଣାପଡିଛି। ଏହାକୁ ମିଶାଇ ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ୫ ଜଣଙ୍କ ଗିରଫ କରିସାରିଲାଣି।

ତେବେ ମୁମ୍ବାଇ ପୋଲିସ୍ ର ସାଇବର ସେଲ୍ କୁ ମିଳିଥିବା ଅଭିଯୋଗ ପରଠାରୁ ସାଇବର ସେଲ୍ ଏହି ମାମଲାରେ ଯାଞ୍ଚ ଜାରି ରଖିଛି ।

ସୂଚନାଯୋଗ୍ୟ, ‘ବୁଲିବାଇ’ ଏମିତି ଏକ ଆପ୍ ଯାହାଦ୍ୱାରା ଜଣାଶୁଣା ମୁସଲିମ୍ ମହିଳାଙ୍କ ଫଟୋକୁ ପୋଷ୍ଟ କରାଯାଇ ସେମାନଙ୍କର ନିଲାମୀ କରାଯାଉଥିଲା । ଏହି ମାମଲାରେ ଅନେକ ଲୋକ ପ୍ରଶ୍ନ ଉଠାଇ ଥିଲେ ଏବଂ ଅଭିଯୋଗ କରିଥିଲେ ଯାହାପରେ ମୁମ୍ବାଇ ସାଇବର ସେଲ୍ ଅଜ୍ଞାତ ବ୍ୟକ୍ତିିଙ୍କ ବିରୋଧରେ ଆଇପିସି ଧାରା ୩୫୪ଡି, ୫୦୯, ୫୦୦, ୧୫୩ଏ,୨୯୫ଏ, ୧୫୩ବି, ଆଇଟି ଧାରା ୬୭ ଅନୁଯାୟୀ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଥିଲା

ପୂର୍ବରୁ ପୁଲିସ ବିଶାଶ ଝା, ଶ୍ୱେତା ସିଂହ, ମୟଙ୍କ ରାୱତ ଏବଂ ନୀରଜ ବିଷ୍ଣୋଇଙ୍କୁ ଏହି ଲିଙ୍କରେ ଗିରଫ କରିଥିଲା | ଏବେ ଗିରଫ ଏହି ସମସ୍ତ ଅଭିଯୁକ୍ତ ପୁଲିସ ହେପାଜତରେ ଅଛନ୍ତି |

Related Posts