ବଡ଼ ଖବର: ପାରିକରଙ୍କ ପୁଅଙ୍କ ନାଁ ବିଜେପି ତାଲିକାର ବାଦ; ଶିବସେନା ଓ ଆପ ଦେଲେ ଅଫର ଓ ଅନ୍ୟାନ୍ୟ ନଅଟି ବଡ଼ ଖବର

ଅନ୍ୟାନ୍ୟ ହେଡଲାଇନ୍ସ: ଯଦି ମନୋହର ପାରିକରଙ୍କ ପୁଅ ସ୍ୱାଧୀନ ଭାବରେ ଲଢ଼ନ୍ତି, ତାହାଲେ ଶିବସେନା ତାଙ୍କୁ ସମର୍ଥନ ଦେବ; ସଞ୍ଜୟ ରାଉତ । ସେପଟେ ଦୀର୍ଘ ୨୫ ବର୍ଷ ଧରି ପାନାଜି ଆସନ ବିଜେପିର ରହିଆସୁଛି । ତେଣୁ ଏ ବର୍ଷ ମଧ୍ୟ ଏହା ବିଜେପିର ହେବ ବୋଲି କହିଛି ବିଜେପି ।
-ଆପ ପରେ ବର୍ତ୍ତମାନ ଶିବସେନା ଦେଲା ଅଫର । ଉତ୍ପଳ ପାରିକରଙ୍କ ନାଁ ବିଜେପି ତାଲିକାର ବାଦ ପଡ଼ିବା ପରେ ଶିବସେନା ଓ ଆପ ଦେଲେ ଅଫର । ବାପାଙ୍କ ଆସନରୁ ହିଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁଯୋଗ ଦିଆଯିବ ବୋଲି ଆପ ମୁଖ୍ୟ କହିଥିବାବେଳେ ସ୍ୱାଧୀନ ଭାବରେ ଲଢ଼ିଲେ ଶିବସେନା ସମର୍ଥନ ଦେବ ବୋଲି କହିଛନ୍ତି ସଞ୍ଜୟ ରାଉତ ।
-ଉତ୍ତରାଖଣ୍ଡ ନିର୍ବାଚନ ପାଇଁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା । ବିଧାନସଭା ନିର୍ବାଚନ ପାଇଁ ୫୯ ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଅନ୍ୟପଟେ ଖତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପ୍ରତିଦ୍ୱନ୍ଦ୍ୱିତା କରିବେ । ଅବଶିଷ୍ଟ ୧୧ ଟି ଆସନର ପ୍ରାର୍ଥୀଙ୍କ ନାମ ଦ୍ୱିତୀୟ ପର୍ଯ୍ୟାୟରେ ଘୋଷଣା କରାଯିବ ।
-ଆମ ଆଦମି ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାଗବନ୍ତ ମନଙ୍କ ଆସନ ସ୍ଥିର କରାଯାଇଛି । ସାଙ୍ଗୁର ଜିଲ୍ଲାର ଧୁରୀ ଆସନରୁ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ।
-ପଞ୍ଜାବ କଂଗ୍ରେସ ପୁଣି ଅଶାନ୍ତ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ସେ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଥିଲା । ହେଲେ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ନିଖିଲ ଅଲଭା ଟ୍ୱିଟରରେ ଏକ ପୋଲ କରି ସମସ୍ତ ପ୍ରଶ୍ନର ଉତ୍ତର ଦେଇଥିଲେ । ଏହି ଟୁଇଟର ସର୍ଭେରେ ୧୨୮୩ ଲୋକ ଅଂଶଗ୍ରହଣ କରିଥିଲେ । ଏଥିମଧ୍ୟରୁ ୬୮.୭% ଲୋକ ଚରଣଜିତ ସିଂ ଚାନ୍ନିଙ୍କ ସପକ୍ଷରେ ମତ ଦେଇଛନ୍ତି। ସିଦ୍ଧୁଙ୍କ ପାଇଁ କେବଳ ୧୧.୫% ଭୋଟ୍ ଏବଂ ସୁନୀଲ କୁମାର ଜାଖରଙ୍କ ସପକ୍ଷରେ ୧୦.୪% ଭୋଟ୍ ଦିଆଯାଇଛି।

  • ଲାହୋରର ଲୋହରୀ ଫାଟକ ନିକଟରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଦୁଇ ଜଣ ପ୍ରାଣ ହରାଇଥିବାବେଳେ ୨୫ ଜଣ ଆହତ ହୋଇଥିବାର ସୂଚନା ମିଳିଛି ।
  • ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ଶତ୍ୟେନ୍ଦ୍ର ଜୈନଙ୍କ ବଡ଼ ବୟାନ । ଦିଲ୍ଲୀରୁ କରୋନାର ମହାମାରୀର ତୃତୀୟ ଲୋହର ପଳେଇଯାଇଥିବାର ଜଣାପଡ଼ିଛି । କିନ୍ତୁ ଦିଲ୍ଲୀବାସୀଙ୍କୁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ।
    -ଅରୁଣାଚଳ ପ୍ରଦେଶର ନିଖୋଜ ନାବାଳକକୁ ଖୋଜିବା ପାଇଁ ଭାରତୀୟ ସେନା ଚୀନର ପିପୁଲ୍ସ ଲିବରେସନ ଆର୍ମିର ସହାୟତା ଲୋଡ଼ିଛି ।
    -ଅଖିଳେଶଙ୍କ ବଡ଼ ଘୋଷଣା । ଯଦି ଏସପି ଉତ୍ତରପ୍ରଦେଶରେ ସରକାର ଗଠନ କରେ । ତାହାଲେ ପୁଣିଥରେ ଉତ୍ତରପ୍ରଦେଶବାସୀଙ୍କୁ ପେନସନ ଯୋଜନା ସ୍ଥାପିତ ହେବ ।
    -ମେଡିକାଲ ପାଠ୍ୟକ୍ରମରେ ଓବିସି ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଏବଂ ଅଲ ଇଣ୍ଡିଆ କୋଟା ସିଟରେ ଅର୍ଥନୈତିକ ଦୁର୍ବଳ ବିଭାଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେଇଛନ୍ତି ।
Related Posts