
ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ପାକିସ୍ତାନର ଲାହୋର ଠାରେ ଏକ ବଡ଼ ବିସ୍ଫୋରଣ ହୋଇଥିବାର କଥା ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି । ସେପଟେ ଏହି ବିସ୍ଫୋରଣରେ ପ୍ରାୟ ୨୫ ଜଣ ଆହତ ହୋଇଛନ୍ତି । ଅନ୍ୟପଟେ ଲାହୋରର ଲାହୋରୀ ଫାଟକ ନିକଟରେ ଏହି ବିସ୍ଫୋରଣଟି ହୋଇଛି । ଦୈନିକ ଶହ ଶହ ଲୋକ ଏହି ଫାଟକ ନିକଟକୁ ବୁଲିବାକୁ ଆସଥାନ୍ତି ।
ତେଣୁ ସେଠାରେ ଅନେକ ବଜାର ଏବଂ ବ୍ୟବସାୟୀମାନଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି । ଯାହାଫଳରେ ଆହତମାନଙ୍କର ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ବିସ୍ଫୋରଣ ହୋଇଥିବା ସ୍ଥାନରେ ୧.୫ ଫୁଟର ଏକ ଗାତ ହୋଇଯାଇଥିବାର ଦେଖିବାକୁ ମିଳିଛି । ଏ ଖର ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇପଡ଼ିଛନ୍ତି ।