ଅସାଧୁ ନେତା କହି ଅଡ଼ୁଆରେ କେଜ୍ରିୱାଲ; ଚନ୍ନୀ କରିପାରନ୍ତି ମାନହାନୀ କେଶ

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ଦେଶର ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ପ୍ରଚାର କରିବା ଆରମ୍ଭ କରିସାରିଲେଣି । ରାଜନୈତିକ ଦଳମାନେ ବିଭିନ୍ନ ରାଜନୈତିକ ସ୍କିମ ନେଇ ଲୋକଙ୍କ ପାଖକୁ ଯାଉଥିବାର ମଧ୍ୟ ଦେଖିବାକୁ ମିଳୁଛି । କିଏ ଶାସକ ଦଳକୁ ଟାର୍ଗେଟ କରୁଥିବାବେଳେ ଆଉ କିଏ ମହିଳା ଓ ଯୁବକମାନଙ୍କୁ ଟାର୍ଗେଟ କରିବାରେ ଲାଗିଛି । ଏହା ମଧ୍ୟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂହ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାନହାନି କେଶ ଦାୟର କରିବେ ବୋଲି କହିଛନ୍ତି । କାହିଁକିନା ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ଭଣଜାଙ୍କ ଘରେ ଇଡି ରେଡ କରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କୁ ଅସାଧୁ ବ୍ୟକ୍ତି ବୋଲି କହିଥିଲେ । ସେପଟେ କେଜ୍ରିୱାଲଙ୍କୁ ଲୋକଙ୍କ ଭାବମୂର୍ତ୍ତୀ ଖରାପ କରିବାର ପୁରୁଣା ଅଭ୍ୟାସ ଅଛି ।

ତାଙ୍କର ଏହି କାରଣରୁ ବିଜେପି ନେତା ନୀତିନ ଗଡ଼କରୀ, ସ୍ୱଗତ ଅରୁଣ ଜେଟଲି ଏବଂ ଶିଅଦ ନେତା ବିକ୍ରମ ସିଂହ ମଜିଠିଆଙ୍କ ଠାରୁ କ୍ଷମା ମାଗିବାକୁ ପଡ଼ିଥିଲା ବୋଲି ଚରଣଜିତ ସିଂହ ଚନ୍ନୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ କେଜ୍ରିୱାଲ ସମସ୍ତ ସୀମା ଅତିକ୍ରମ କରିଛନ୍ତି । ତେଣୁ ଆପ ନେତାଙ୍କ ବିରୋଧରେ ମାନହାନି କେଶ ଦେବା ପାଇଁ ତାଙ୍କ ଦଳକୁ ଚନ୍ନୀ ଅନୁରୋଧ କରିଛନ୍ତି । ଅନ୍ୟପଟେ ମୁଁ ଏପରି କରିବା ପାଇଁ ବାଧ୍ୟ ଅଟେ । କାହିଁକିନା କେଜ୍ରିୱାଲ ମୋତେ ଜଣେ ଅସାଧୁ ନେତା କହିବା ସହ ତାଙ୍କ ଟ୍ୱିଟରରେ ମଧ୍ୟ ଏନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ଏପରିକି ସୋସିଆଲ ମିଡିଆରେ ମୋ ଫୋଟ ସହ ବିଡ଼ା ବିଡ଼ା ଟଙ୍କାର ଫୋଟ ଭାଇରାଲ ହେବାରେ ଲାଗିଛି । ଏଥିରେ ମୋର କଣ ଦୋଷ ? ମୋର ଭାବମୂର୍ତ୍ତୀକୁ କାହିଁକି ଖରାପ କରାଯାଉଛି ବୋଲି ଚନ୍ନୀ କେଜ୍ରିୱାଲଙ୍କୁ ଟାର୍ଗେଟ କରି ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି ।

Related Posts