ଦିଲ୍ଲୀରେ ନିର୍ଭୟାକାଣ୍ଡର ପୁନରାବୃତ୍ତି; ନାବାଳିକାକୁ ଅପହରଣ ପରେ ଚଳନ୍ତା କାରରେ ଗଣଦୁଷ୍କର୍ମ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ନିର୍ଭୟାକାଣ୍ଡର ପୁନରାବୃତ୍ତି । ୧୬ ବର୍ଷର ଜଣେ ନାବାଳିକାକୁ ଅପହରଣ ପରେ ଚଳନ୍ତା କାରରେ ଗଣଦୁଷ୍କର୍ମ । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ସେପଟେ ଲ୍ଲୀର ବସନ୍ତ ବିହାର ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଛି। ଜୁଲାଇ ୬ରେ ଘଟଣା ଘଟିଥିବା ବେଳେ ପୀଡ଼ିତାଙ୍କ ପକ୍ଷରୁ ୮ ତାରିଖରେ ଅଭିଯୋଗ କରାଯାଇଥିଲା। ପୁଲିସ୍ ଏହାର ତଦନ୍ତ କରି ଏବେ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ପୁଲିସ୍ କହିଛି ଯେ ଅଭିଯୋଗକୁ ଭିତ୍ତି କରି ଗିରଫ ହୋଇଥିବା ୩ ଯୁବକଙ୍କ ବିରୋଧରେ ଆଇପିସିର ବିଭିନ୍ନ ଧାରା ଓ ପକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇଛି। ଗିରଫ ୩ ଅଭିଯୁକ୍ତଙ୍କ ବୟସ ୨୩, ୨୫ ଓ ୩୫। ଜୁଲାଇ ୬ ତାରିଖ ରାତି ପ୍ରାୟ ୮.୩୦ରେ ନାବାଳିକା ଜଣଙ୍କ ୩ ଅଭିଯୁକ୍ତଙ୍କ ସହ କାରରେ ବୁଲିବା ପାଇଁ ଯାଇଥିଲେ। ଏହି ସମୟରେ ସେମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ତେବେ ପୁଲିସ୍ ପାଖରେ ଏନେଇ କୌଣସି ଅଭିଯୋଗ ଘଟଣା ଦିନ ପହଞ୍ଚି ନଥିଲା। ଜୁଲାଇ ୮ ତାରିଖ ଭୋର ୪ଟାରେ ଏସଜେ ହସ୍ପିଟାଲ ପକ୍ଷରୁ ପିସିଆରକୁ ଗୋଟିଏ କଲ ଯାଇଥିଲା।

ଏହି ସମୟରେ ହସ୍ପିଟାଲ ପକ୍ଷରୁ ଜଣେ ନାବାଳିକ ଗଣଦୁଷ୍କର୍ମର ଶିକାର ହୋଇଥିବା ପୁଲିସ୍କୁ କୁହାଯାଇଥିଲା। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ବିଶେଷଜ୍ଞ ଟିମ ଜରିଆରେ ପୀଡ଼ିତାଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ ସେ ପୂରା ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଜୁଲାଇ ୬ ତାରିଖ ସନ୍ଧ୍ୟାରେ ନାବାଳିକା ଜଣଙ୍କ ତାଙ୍କର ଜଣେ ବନ୍ଧୁଙ୍କ ଘରୁ ଫେରୁଥିଲେ। ଏହି ସମୟରେ ବସନ୍ତ ବିହାର ମାର୍କେଟ ନିକଟରେ ପ୍ରଥମେ ୨ ଜଣ ଅଭିଯୁକ୍ତଙ୍କୁ ଭେଟିଥିଲେ। ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ନାବାଳିକାଙ୍କ ବନ୍ଧୁ। ସେମାନେ କିଛି ସମୟ ମାର୍କେଟରେ ବୁଲିବା ପରେ ଦୁଇ ଅଭିଯୁକ୍ତ ତାଙ୍କର ଆଉ ଜଣେ ସାଙ୍ଗଙ୍କୁ ଫୋନ କରି ଡାକିଥିଲେ। ସେ ଗୋଟିଏ କାର ଧରି ସେଠାରେ ପହଞ୍ଚିବା ପରେ ସମସ୍ତେ ମହିପାଲପୁର ଯାଇଥିଲେ। ସେଠାରେ ୩ ଅଭିଯୁକ୍ତ ମଦ କିଣିଥିଲେ। ମୃଦ ପାନୀୟ ନାଁରେ ନାବାଳିକାଙ୍କୁ ମଧ୍ୟ ନିଶା ପିଆଇ ଦେଇଥିଲେ। ଏହାପରେ ସେମାନେ କାର ଭିତରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ସହ ମାଡ଼ ମାରିଥିଲେ। ଏପରି କି ପୂରା ଘଟଣା ଭିଡିଓ ମଧ୍ୟ କରିଥିଲେ।

Related Posts