ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ଏହାକୁ ରୋକିବା ପାଇଁ କେବଳ ଏକମାତ୍ର ଉପାୟ ରହିଛି ଟୀକାକରଣ । ତେବେ କିଶୋରଙ୍କୁ ଟିକାକରଣ ନେଇ ଅନେକ ଦ୍ୱନ୍ଦ୍ୱ ଉପୁଜିଥିଲା । ହେଲେ ଆଜି କେନ୍ଦ୍ର ସରକାର ସମସ୍ତ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି । ତେବେ ୨୦୦୭ରେ ଜନ୍ମ ନେଇଥିବା ପିଲା ଟିକା ନେଇପାରିବେ । ସେହିପରି ୨୦୦୫, ୨୦୦୬ ଓ ୨୦୦୭ରେ ଜନ୍ମ ନେଇଥିବା ପିଲା ଟିକା ନେଇପାରିବେ । ୨୦୨୩ ସୁଦ୍ଧା ଯାହାକୁ ୧୫ ବର୍ଷ ହୋଇଥିବ ଏବା ହେବ, ସେମାନେ ଟିକା ନେଇପାରିବେ । ସେପଟେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି ।

ଏହା ମଧ୍ୟରେ ଏପରି କଥା ସାମ୍ନାକୁ ଆସିବା ପରେ ଦେଶବାସୀଙ୍କୁ ଟିକେ ଆଶ୍ୱସ୍ତୀ ମିଳିଛି । ଅନ୍ୟପଟେ ଖୁବଶୀଘ୍ର ଦେଶରେ ହ୍ରାସ ପାଇବାକୁ ଯାଉଛି କରୋନା ବିରୋଧୀ ଟିକାର ଦାମ। ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକାର ଦାମ ଡୋଜ୍ ପିଛା ୨୭୫ ଟଙ୍କା ରହିବ। ଏହାବାଦ୍ ଏଥିରେ ସର୍ଭିସ ଚାର୍ଜ ଭାବେ ୧୫୦ ଟଙ୍କା ମିଶାଯିବ। ଉଭୟ ଟିକାକୁ ରେଗୁଲାର ମାର୍କେଟ ଆପ୍ରୁଭାଲ ମିଳିବା ପରେ ଦାମରେ ଏପରି ପରିବର୍ତ୍ତନ ହେବ ବୋଲି ଜଣାପଡ଼ିଛି।