ଅପର୍ଣ୍ଣାଙ୍କୁ ବୁଝିବାର ଥିଲା; ତାଙ୍କୁ ତାଙ୍କ ପରିବାର ସହ ରହିବାର ଥିଲା: ଶିବପାଲ ଯାଦବ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ ରାଜ୍ୟରେ ରାଜନୈତିକ କାର‌୍ୟ୍ୟକଳାପ ବୃଦ୍ଧି ପାଇଛି। ସେପଟେ ନିର୍ବାଚନ ଯେତିକି ପାଖେଇ ଆସୁଛି ନିଜ ଦଳ ଛାଡ଼ି ନେତାମାନେ ଅନ୍ୟ ଦଳରେ ଯାଇ ମିଶିବାରେ ଲାଗିଛନ୍ତି । ଏହା ମଧ୍ୟରେ ଅନେକ ମନ୍ତ୍ରୀ ଓ ନେତାଙ୍କ ସମେତ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ଛାଡ଼ି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ । ଏହା ପରେ ଭାରତୀୟ ଜନତା ପାର୍ଟି ନିଜର କ୍ଷତିପୂରଣ କରିବାକୁ ଯାଇ ମୁଲାୟମ ସିଂହ ଯାଦବଙ୍କ ପରିବାରକୁ ଏଣ୍ଟ୍ରି କରିଥିଲେ । ତେବେ ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ନିଜ ଦଳ ଛାଡ଼ି ବିଜେପିରେ ମିଶିଥିଲେ । ଏହାକୁ ଦୃଷ୍ଟିରେ ରଖି ଶିବପାଲ ଯାଦବ ବଡ଼ ବୟାନ ଦେଇଥିଲେ । ଅପର୍ଣ୍ଣା ଯାଦବଙ୍କୁ ବୁଝିବା ଉତିଚ, ତାଙ୍କୁ ତାଙ୍କ ପରିବାର ସହ ରହିବାର ଥିଲା । ଦଳରେ କିଛି କାମ କରିଲା ପରେ ସେ ଟିକେଟ ପାଇବା ପାଇଁ ଆଶାୟୀ ହୋଇଥାନ୍ତେ ବୋଲି ଶିବପାଲ ଯାଦବ କହିଛନ୍ତି ।

ଅନ୍ୟପଟେ ଗୃହମନ୍ତ୍ରୀ ଅମିତ ଶାହା ମଥୁରାରେ କହିଥିଲେ ଯେ ଅଖିଳେଶ ଯାଦବ ଏବଂ ସମାଜବାଦି ପାର୍ଟିର ଆଇନ ଶୃଙ୍ଖଳା ପ୍ରସଙ୍ଗରେ କହିବାର ଅଧିକାର ନାହିଁ । ନିଜ ଶାସନ ସମୟରେ କିପରି ଗୁଣ୍ଡାମାନେ ରାଜୁତି କରୁଥିଲେ ତାଙ୍କୁ ମନେରଖିବାକୁ ପଡ଼ିବ ବୋଲି ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ସେପଟେ ଶାହଙ୍କୁ ଜବାବ ଦେଇ ଶିବପାଲ କହିଛନ୍ତି ଯେ ବିଜେପି ଲୋକମାନେ କେବଳ ମିଥ୍ୟାବାଦୀ, ସେମାନେ ପାଞ୍ଚ ବର୍ଷରେ କୌଣସି କାମ କରିନାହାଁନ୍ତି, ସେମାନେ କେବଳ ମିଛ କହିଛନ୍ତି। ସମାଜବାଦୀ ପାର୍ଟିରେ କୌଣସି ଗୁଣ୍ଡକୁ ଆଶ୍ରୟ ଦିଆଯାଇ ନାହିଁ । କୌଣସି ଅପରାଧୀଙ୍କୁ କେବେ ବି ରକ୍ଷା କରାଯିବ ନାହିଁ ବୋଲି ଶିବପାଲ ଯାଦବ କହିଛନ୍ତି ।

Related Posts