ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ମାହୋଲ ସରଗରମ ରହିଛି । ସେପଟେ ରାଜ୍ୟ ର ସବୁଠାରୁ ବଡ ଦଳ ମତଦାନ ପୂର୍ବରୁ ଦମ୍ଭୋକ୍ତି ପ୍ରକାଶ କରିଛି । ଦଳ ସାରା ରାଜ୍ୟରେ ୮୦୦ରୁ ଅଧିକ ଜିଲ୍ଲା ପରିଷଦ ଆସନରେ ବିଜୟୀ ହେବ ବୋଲି କହିଛନ୍ତି ବରିଷ୍ଠ ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।

ବିଜେଡି ଏକାକୀ 8 ଶହ ZP ଆସନ ଜିତିବ: ପ୍ରମିଳା ମଲ୍ଲିକଆଜି ଗଣମାଧ୍ୟମକୁ ସୂଚନା ଦେଇ ପ୍ରମିଳା କହିଛନ୍ତି ବିଜେଡି ଲୋକଙ୍କ ସହ ରହିଛି । ନବୀନ ପଟ୍ଟନାୟକ ସରକାର ସମସ୍ତ ଯୋଜନାକୁ ଲୋକେ ଗ୍ରହଣ କରିଛନ୍ତି । ଲୋକଙ୍କ ପାଇଁ ସରକାର ସମର୍ପିତ । ତେଣୁ ଲୋକେ ବିନା ଦ୍ବିଧାରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବେ । ବରଗଡ ଜିଲ୍ଲାରେ ଯାହାର ଝଲକ ଦେଖାଦେଇଛି । ସ୍ବାଧୀନ ପ୍ରାର୍ଥୀ ବିଜେଡି ପାଇଁ ସମସ୍ୟା ନୁହେଁ । ତେଣୁ ଆମେ ଚିନ୍ତିତ ନାହୁଁ ।ସେହିଭଳି ପଛୁଆବର୍ଗ(ଓବିସି)ଙ୍କୁ ପ୍ରାର୍ଥୀ ପ୍ରସଙ୍ଗରେ ପ୍ରମିଳା କହିଛନ୍ତି, ଆମେ ଯାହା କହିଥିଲୁ ତାହା କରି ଦେଖାଇଛୁ । ଦଳ 40 ପ୍ରତିଶତରୁ ଅଧିକ ଜିଲ୍ଲା ପରିଷଦ ପ୍ରାର୍ଥୀ ଓବିସି ବର୍ଗରୁ ଦେଇଛି । ପୁରା ସଠିକ ତାଲିକା ଖୁବଶୀଘ୍ର ଜଣାପଡିବ ।

ସେହିପରି ବିଜେପି ଓ କଂଗ୍ରେସକୁ ସମାଲୋଚନା କରି ପ୍ରମିଳା କହିଛନ୍ତି, ସେମାନେ ଖାଲି ପ୍ରତିଶୃତି ଦେବେ । ଲୋକଙ୍କୁ ଭୂଆଁ ବୁଲାଇବେ । ଲୋକେ ତାଙ୍କୁ ଚିହ୍ନିଛନ୍ତି । ତେଣୁ ନିର୍ବାଚନରେ ବିଜେଡି ବିପୁଳ ସଫଳତା ପାଇବ ସେଥିରେ ସନ୍ଦେହ ନାହିଁ ।