ଗାନ୍ଧିଧାମ- ପୁରୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ(ସତ୍ୟପାଠ ବ୍ୟୁରୋ): ଗାନ୍ଧିଧାମ- ପୁରୀ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏକ୍ସପ୍ରେସର ପ୍ୟାଣ୍ଟ୍ରୀ କାରରେ ନିଆଁ ଲାଗି ଯିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ତେବେ ଅଗ୍ନିଶମ କର୍ମଚାରୀ ଏହାକୁ ଆୟତ୍ତ କରି ନେଇଥିବା ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ସେପଟେ ଟଣାରେ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି। ତେବେ ଏକାଧିକ ଏସି ବଗି ଅଗ୍ନିକାଣ୍ତ ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଏସି ବଗିରେ ଧୂଆଁ ପ୍ରବେଶ କରିଯିବାରୁ ଲୋକଙ୍କୁ କାଚ ଭାଙ୍ଗି ବାହାରକୁ ଅଣା ଯାଇଛି।ୱେଷ୍ଟର୍ଣ୍ଣ ରେଳବାଇର ମୁଖ୍ୟ ମୁଖପାତ୍ର ସୁମିତ ଠାକୁର କହିଛନ୍ତି, ଗୁଜରାଟର ଗାନ୍ଧିଧାମରୁ ଓଡ଼ିଶାର ପୁରୀକୁ ଏକ୍ସପ୍ରେସ ଟ୍ରେନଟି ଯାଉଥିଲା।

ଦିନ ପ୍ରାୟ ପ୍ରାୟ ୧୦.୧୫ରେ ଏହା ମହାରାଷ୍ଟ୍ରର ନନ୍ଦୁରବାର ଷ୍ଟେସନ ଛାଡ଼ିଥିଲା। ତେବେ ଏହା କିଛି ବାଟ ଯିବା ପରେ ଏହାର ପ୍ୟାଣ୍ଟ୍ରୀ କାର୍ରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଥିଲା। ତୁରନ୍ତ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ ଓ ଟ୍ରେନ ଅଧିକାରୀମାନେ ଆକ୍ସନ ମୋଡକୁ ଆସି ନିଆଁକୁ ଆୟତ୍ତ କରିଥିଲେ। ଏଥିସହ ପ୍ୟାଣ୍ଟ୍ରୀକାରକୁ ଟ୍ରେନର ଅନ୍ୟ ବଗିଗୁଡ଼ିକରୁ ଅଲଗା ମଧ୍ୟ କରାଯାଇଥିଲା ବୋଲି ଶ୍ରୀ ଠାକୁର କହିଛନ୍ତି। ତେବେ ଏଏନ୍ଆଇ କହିଛି ଯେ ଟ୍ରେନଟି ନନ୍ଦୁରବାନ ଷ୍ଟେସନକୁ ପ୍ରବେଶ କରୁଥିବା ବେଳେ ଏଥିରେ ନିଆଁ ଲାଗି ଯାଇଥିବା ଜଣାପଡ଼ିଥିଲା। ପ୍ୟାଣ୍ଟ୍ରୀ କାର୍ଟି ଟ୍ରେନର ୧୩ ନଂ କୋଚ୍। ଏଥିରେ ମୋଟ ୨୨ଟି କୋଚ୍ ରହିଥିଲା।

Related Posts