କମିଲା ସଂକ୍ରମଣ: ରାଜଧାନୀରେ ଖୋଲିଲା ସ୍କୁଲ, ସ୍ଥିତି ପରିଖିଲେ ଉପମୁଖ୍ୟମନ୍ତ୍ରୀ

ଦେଶରେ ଏବେ ସଂକ୍ରମଣ ହାର ତଳ ମୁହାଁ ରହିଛି | ଫଳରେ କମୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ କଟକଣା କୋହ୍ଲ କରିବାରେ ଲାଗିଛନ୍ତି | ଏହି କ୍ରମରେ ଦିଲ୍ଲୀ ସରକାର ସ୍କୁଲ କଲେଜ ଉପରେ ଲାଗିଥିବା କଟକଣା କୁ ଉଠାଇଛନ୍ତି | ଦିଲ୍ଲୀ ରେ ଆଜିଠୁ ଖୋଲିଛି ସ୍କୁଲ ଓ କଲେଜ | ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠ ପଢା ଆରମ୍ଭ ହୋଇଯାଇଛି । ସ୍କୁଲ ଖୋଲିବା ପରେ ଦିଲ୍ଲୀ କାଂଟ ଅଂଚଳର ସର୍ବୋଦୟ କନ୍ୟା ବିଦ୍ୟାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିଶୋଦିୟା । ସ୍କୁଲରେ କୋଭିଡ ନିୟମ ପାଳନ ନେଇ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପଚାରି ବୁଝିଛନ୍ତି । ଏହାପରେ ସ୍କୁଲ ପିଲାଙ୍କ ସହ ଆଲୋଚନା କରିଥିଲେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ।

ସ୍କୁଲରେ କୋଭିଡ ଗାଇଡଲାଇନ୍ କେମିତି ପାଳନ କରାଯାଇଛି ସ୍ଥିତି ଅନୁଧ୍ୟାନ କରିଛନ୍ତି ମନୀଷ ସିଶୋଦିୟା । ସ୍କୁଲ ଖୋଲିବା ପରେ ଛାତ୍ରଛାତ୍ରୀ ବହି ବସ୍ତାନୀ ଧରି ପାଠ ପଢିବାକୁ ଆସିଛନ୍ତି । କରୋନା କଟକଣା ଭିତରେ ଶ୍ରେଣୀଗୃହରେ ପିଲାଙ୍କ ପାଠ ପଢା ଆରମ୍ଭ ହୋଇଛି । ତେବେ ସ୍କୁଲକୁ କେବଳ କରୋନା ଟିକାର ଦୁଇଟି ଡୋଜ ନେଇଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ଆସିବାକୁ ଅନୁମତି ରହିଛି । ଏହାଛଡା ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ସାନିଟାଇଜ ସୁବିଧା ବାଧ୍ୟତାମୂଳକ କରାଯାଇଛି ।

Related Posts