ମତଦାନ ବେଳେ ତିହିଡିରେ ଭୋଟ୍ ରିଗିଂ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମତଦାନ ବେଳେ ତିହିଡିରେ ଭୋଟ୍ ରିଗିଂ । ପଞ୍ଚାୟତ ନିର୍ବାଚନର ୩ୟ ପର‌୍ୟ୍ୟାୟରେ ଭଦ୍ରକ ଜିଲ୍ଲାରେ ମତଦାନରେ ବିଭ୍ରାଟ ଦେଖାଯାଇଛି। ଜିଲ୍ଲାର ତିହିଡି ବ୍ଲକର ଫତେପୁର ପଞ୍ଚାୟତରେ ମତଦାନ ସମୟରେ ରିଗିଂ ହୋଇଛି। ଏହି ପଞ୍ଚାୟତ ଅନ୍ତର୍ଗତ ୪ ନମ୍ବର ବୁଥରେ ଭୋଟଦାନ ବେଳେ ଭୋଟ ରିଗିଂ କରାଯିବାରୁ ଉତ୍ତେଜନା ପ୍ରକାଶ ପାଇଛି। ଫଳରେ ଭୋଟ ଗ୍ରହଣରେ ବାଧା ଉପୁଜିଥିଲା। ଲୋକମାନେ ଏହାର ପ୍ରତିବାଦ କରି ଗୋଲାପୋଖରି ନିକଟରେ ରାସ୍ତା ରୋକ କରିଥିଲେ।

ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ଲୋକମାନେ ରାସ୍ତାରୋକରୁ ହଟୁ ନାହାନ୍ତି। ଜିଲ୍ଲାର ଚାନ୍ଦବାଲି ବ୍ଲକରେ ଅନୁଷ୍ଠିତ ଦ୍ବିତୀୟ ପର‌୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଶେଷ ହେବା ପରେ ବି ସେଠାରେ ଉତ୍ତେଜନା ଲାଗି ରହିଛି। ମିଳିଥିବା ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକର ଧାମରା ଓ ଜାଗୁଳା ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନକୁ ନେଇ ବିଜେପି-ବିଜେଡି ମଧ୍ୟରେ ରାଜନୈତିକ ଗଣ୍ଡଗୋଳ ଦେଖିବାକୁ ମିଳିଥିଲା। ଏହାର ପ୍ରଭାବରେ ଆଜି ବି ଗତକାଲି ଭଳି ଧାମରା ଓ ଜାଗୁଳା ପଞ୍ଚାୟତରେ ଦୋକାନବଜାର ବନ୍ଦ ରହିଛି। ସେଠାରେ ୧ ପ୍ଲାଟୁନ୍ ପୁଲିସ୍ ମୁତୟନ କରାଯାଇଛି।

Related Posts