ଚୌଦ୍ୱାର ଥାନା ବଡ଼ ସାମନ୍ତରାପୁର ପଞ୍ଚାୟତର ସର୍ଦ୍ଦାରଖର୍ଦ୍ଦାରେ ଦେଖିବାକୁ ମିଳିଛି ନିର୍ବାଚନୀ ହିଂସା। ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ହୋଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ଏଥିରେ ୩ ଜଣଙ୍କର ମୁଣ୍ଡ ଫାଟି ଯାଇଥିବା ବେଳେ, ଆହତମାନେ ହେଲେ ମୀନା ରାଉତ, ପୀତବାସ ରାଉତ ଓ ଭଞ୍ଜ ମାଝି। ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣା ନେଇ ସଂପୃକ୍ତ ରାଜନୈତିକ ଦଳର ଗୋଟିଏ ଗୋଷ୍ଠୀ ପକ୍ଷରୁ ଚୌଦ୍ୱାର ଥାନାରେ ଅଭିଯୋଗ ହୋଇଛି।
ଗତକାଲି ଗୋଟଏ ଗୋଷ୍ଠୀ ଟଙ୍କା ବାଣ୍ଟିବାକୁ ଆସିଥିଲେ। ତାଙ୍କୁ ଆଉ ଏକ ଗୋଷ୍ଠୀ ବାରଣ କରିଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଟଙ୍କା ବାଣ୍ଟିବାକୁ ଆସିଥିବା ଗୋଷ୍ଠୀର ୩୦ରୁ ୪୦ ଜଣ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲେ। ଏନେଇ ଏହି ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିମାନେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ କୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଛି ।
