ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଭିମରାଓ ଅମ୍ବେଦକରଙ୍କ ଉପରେ ୧୫ ଦିନ ଧରି ମ୍ୟୁଜିକାଲ ଶୋ’ କରିବେ ଦିଲ୍ଲୀ ସରକାର । ଅର୍ଥାତ ଦେଶର ରାଜଧାନୀରେ ଫେବୃଆରୀ ୨୫ ରୁ ୧୫ ତାରିଖ ପର୍ଯ୍ୟନ୍ତ ବାବାସାହେବ ଆମ୍ବେଦକରଙ୍କ ଜୀବନ ସହ ଜଡିତ ଏକ ମ୍ୟୁଜିକାଲ୍ ସୋ ଆୟୋଜିତ କରାଯାଉଛି । ଏହି କାର୍ୟ୍ୟକ୍ରମ ଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଯେଉଁଥିରେ ୪୦ ଫୁଟର ଘୂର୍ଣ୍ଣନ ପ୍ଲାଟଫର୍ମ, ଏଲଇଡି ସ୍କ୍ରିନ, ଡିଜିଟାଲ ପ୍ରପ୍ସ, ୧୬୦ ନୃତ୍ୟଶିଳ୍ପୀ ଏବଂ ଅନେକ କଳାକାର ଅଭିନୟ କରିବେ ।
ସେପଟେ ଆମ୍ ଆଦମୀ ପାର୍ଟିର ଅନେକ ନେତା ଏହି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ‘ବାବାସାହେବ: ଗ୍ରାଣ୍ଡ ମ୍ୟୁଜିକାଲ୍’ ଫେବୃଆରୀ ୨୫ ରେ ମୁକ୍ତିଲାଭ କରିବ ଏବଂ ମାର୍ଚ୍ଚ ୧୨ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ ପ୍ରତିଦିନ ଦୁଇଟି ଶୋ ’ହେବ । ଥିଏଟର କଳାକାରମାନେ ମହୁଆ ଚୌହାନଙ୍କ ନିର୍ଦ୍ଦେଶିତ ୧୨୦ ମିନିଟର ନାଟକରେ ବଲିଉଡ ଅଭିନେତା ରୋହିତ ରୟ ଆମ୍ବେଦକରଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
