ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗଜପତି ଜିଲ୍ଲାରେ ୫ଟି ଜୋନରେ ବିଜେଡି ଓ ୨ଟି ଜୋନରେ କଂଗ୍ରେସ ଆଗରେ ରହିଛି । ସେପଟେ ଗଜପତି ଜିଲ୍ଲାରେ ୭ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ ଗଣତି ଜାରି ରହିଛି। ମଧ୍ୟ ରାତ୍ରି ଯାଏଁ ଭୋଟ ଗଣତି ଜାରି ରହିବ। ତେବେ ସନ୍ଧ୍ୟା ୬ ଟା ସୁଦ୍ଧା ସଂଗୃହୀତ ତଥ୍ୟ ଅନୁସାରେ ବିଜେଡି ୫ଟି ଜୋନ୍ରେ ଆଗୁଆ ରହିଛି। ବିଜେପି ଖାତା ଖୋଲି ନଥିବା ବେଳେ ଦୁଇଟି ଯୋନରେ କଂଗ୍ରେସ ଆଗୁଆ ଅଛି।
ନିମ୍ନଲିଖିତ ବ୍ଲକ ଗୁଡ଼ିକରେ ବିଜେଡି, ବିଜେପି ଓ କଂଗ୍ରେସର ପ୍ରଦର୍ଶନ ଦିଆଯାଇଛି। ଅନ୍ୟପଟେ ପ୍ରାରମ୍ଭିକ ପର୍ଯ୍ୟାୟରେ ବିଜେଡି ଅନ୍ୟଦଳକୁ ମାତ ଦେଇ ଆଗରେ ରହିଛି । ଏପରିକି କିଛିକିଛି ସ୍ଥାନମାନଙ୍କରେ ଏକ ତରଫା ଆଗରେ ରହିଛି । କଂଗ୍ରେସ କିଛି ସ୍ଥାନମାନଙ୍କରେ ପଛରେ ରହିଯାଉଥିବାବେଳେ ବିଜେପି ଓ ବିଜେଡି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି ।
