ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଘମାସାନ ଯୁଦ୍ଧ। ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ ଜାରି ରଖିଛି । ସେପଟେ ରୁଷ ର ଏହି କ୍ରୋଧିତ ରୂପ କୁ ନେଇ ଅନେକ ଦେଶ ଋଷ କୁ ଯୁଦ୍ଧ ବନ୍ଦ କରିବା ନେଇ ଚେତାବନୀ ଦେଇଛନ୍ତି। ମାତ୍ର କାହାରି ଚେତାବନୀ କୁ ଖାତିର ନ କରି ଋଷ ନିଜ ଜିଦ୍ ଆଗରେ ଅଟଳ ରହି ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ ଜାରି ରଖିଛି । ଏହାରି ଭିତରେ ୟୁକ୍ରେନକୁ ଋଷ ଆଲୋଚନା ପ୍ରସ୍ତାବ ଦେଇଛି । ହେଲେ ଏନେଇ ଋଷ ପକ୍ଷରୁ ଏକ ସ୍ୱତନ୍ତ୍ର ପ୍ରତିନିଧି ମଣ୍ଡଳକୁ ବେଲାଋଷକୁ ପଠାଇବାକୁ କୁହାଯିବାରୁ ଏହି ଆଲୋଚନା ପାଇଁ ମନା କରିଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କ. ରଖିଛନ୍ତି ଏପରି ସର୍ତ୍ତ ।
ୟୁକ୍ରେନର ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି କହିଛନ୍ତି ଯେ, ଋଷ ଯେତେବେଳେ କାହା କଥା ନଶୁଣି ଲଗାତାର ଭାବେ ଆକ୍ରମଣ କରିଚାଲିଛି, ଏଭଳି ଆଲୋଚନା ପ୍ରସ୍ତାବକୁ ଗ୍ରହଣ କରିବା କଷ୍ଟ । କାରଣ ଯେଉଁ ବେଲାରୁଷ ଋଷ ସହ ମିଶି ୟୁକ୍ରେନ ଉପରେ ଆକ୍ରମଣ କରୁଛି ସେଠାରେ ଆଲୋଚନା କାହିଁକି ହେବ । ଆଲୋଚନା ଏକ ସୁରକ୍ଷିତ ସ୍ଥାନରେ ହେବା ଜରୁରୀ । ଯେଉଁ ସ୍ଥାନରେ ମିସାଇଲ କିମ୍ବା ରକେଟ ମାଡ ହେଉନଥିବ ସେଠାରେ ଆଲୋଚନା ହେଲେ ହିଁ ସେ ଏଥିରେ ଯୋଗ ଦେବେ ନଚେତ୍ ଯୋଗ ଦେବେ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।
ଋଷ ନିଜ ଏକଛତ୍ରବାଦୀ ପତିଆରା ଦେଇ ଜାତିସଂଘକୁ ମଧ୍ୟ ବେଖାତିର କରିଛି । ଲଗାତାର ଭାବେ ୟୁ୍େରକନ ଉପରେ ବୋମା ବର୍ଷଣ କରିଚାଲିଛି । ଫଳରେ ଏବେ ୟୁକ୍ରେନରେ ନିଃଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡିଛି । ତଥାପି ହାର ମାନିନାହାଁନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଶେଷ ଯାଏଁ ଋଷ ସେନା ସହ ଲଢୁଥିବେ ବୋଲି ସେ କହିଛନ୍ତି । ଏହାସହ ସାହାଯ୍ୟ ପାଇଁ ବିଭିନ୍ନ ଦେଶକୁ ଅନୁରୋଧ କରିଛନ୍ତି । ଏହାପରେ ପାଖାପାଖି ୨୭ଟି ଦେଶ ୟୁକ୍ରେନକୁ ଆର୍ଥିକ ଓ ସାମରିକ ସହାୟତା କରିବାକୁ ପ୍ରତିଶୃତି ଦେଇଛନ୍ତି ।
ମିଳିତ ଜାତିସଂଘ ସୁରକ୍ଷା ପରିଷଦ ସେକ୍ରଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ୟୁ୍କ୍ରେନ ରାଷ୍ଟ୍ରପତିଙ୍କ ସହ କଥା ହୋଇଛନ୍ତି । ୟୁକ୍ରେନକୁ ମାନବିକତା ଦୃଷ୍ଟିକୋଣରୁ ସମସ୍ତ ପ୍ରକାରର ସାହଯ୍ୟ କରାଯିବ ବୋଲି ଗୁଟେରସ୍ କହିଛନ୍ତି ।
ଆଜି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ସହ ଫୋନ ମାଧ୍ୟମରେ କଥା ହୋଇ ଏହା କହିଛନ୍ତି ଆଣ୍ଟୋନିଓ ଗୁଟେରସ୍ । ସେହିଭଳି ବିଭିନ୍ନ ଦେଶରୁ ଅସ୍ତ୍ରସସ୍ତ୍ର ସହ ସାମରିକ ସହାୟତା ୟୁକ୍ରେନକୁ ମିଳୁଥିବା ବେଳେ ଯୁଦ୍ଧ ଆଗକୁ କେଉଁ ମୋଡ ନେଉଛି ଏହା ଉପରେ ସମସ୍ତଙ୍କ ନଜର ରହିଛି ।
