ୟକ୍ରେନ୍ କୁ ପୁଣି ସହାୟତାର ହାତ ବଢାଇଲା ଆମେରିକା: ୨୭୫ ମିଲିୟନ ଆମେରିକୀୟ ଡଲାରର ସେନା ସହାୟତା ପ୍ୟାକେଜ ଘୋଷଣା

ୱାଶିଂଟନ : ଋଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା ପୁଣିଥରେ ୟୁକ୍ରେନ ପାଇଁ ଆଉ ଏକ ସହାୟତା ଘୋଷଣା କରିଛି । ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ୟକ୍ରେନ୍ ପାଇଁ ୨୭୫ ଆମେରିକୀୟ ଡଲାରର(ପ୍ରାୟ ୨୨.୬୬) ଅରବ ଟଙ୍କା)ର ଆଉ ଏକ ସେନା ସହାୟତା ପ୍ୟାକେଜ ଘୋଷଣା କରିଛି ଆମେରିକା ।

ପ୍ୟାକେଜରେ ହାଇ ମୋବିଲିଟି ଆର୍ଟିଲରି ରକେଟ ସିଷ୍ଟମ (ଏଚଆଇଏମଏଆରଏସ) ପାଇଁ ଅତିରିକ୍ତ ଗୋଳା-ବାରୁଦ ୮୯୦.୦୦୦ ୧୫୫ ଏମଏମ ଆର୍ଟିଲରି ରାଉଣ୍ଡ ଓ କାଉଣ୍ଟର ଅନମ୍ୟାଡ ଏରିୟଲ ସିଷ୍ଟମ ଉପକରଣ ସାମିଲ ରହିଛି ।
ଏହା ବ୍ୟତୀତ ଆମେରିକା ଦ୍ୱାରା ଘୋଷିତ ସହାୟତା ପ୍ୟାକେଜରେ କାଉଣ୍ଟର-ଏୟାର ଡିଫେନ୍ସ କ୍ଷମତା, ଉଚ୍ଚ ଗତିଶୀଳତା ବାଲା ବହୁ ଉଦ୍ଦେଶିୟ ଚକଲଗା ବାହନ, ଆମ୍ବୁଲାନ୍ସ ଓ ଚିକିତ୍ସା ଉପକରଣ, ପ୍ରାୟ ୧୫ଜେନେରେଟର ଓ ଫିଲ୍ଡ ଉପକରଣ ସାମିଲ ରହିଛି । ଏହି ଘୋଷଣା ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ କରାଯାଇଛି । ଆମେରିକା ପ୍ରତିରକ୍ଷା ବିଭାଗ କହିଛି ରୁଷିଆ ଦ୍ୱାରା ଚଳିତ ବର୍ଷ ୨୪ ଫେବୃୟାରୀରେ ୟୁକ୍ରେନ୍ ଉପରେ ସେନା ଆକ୍ରମଣ ଆରମ୍ଭ କରାଯାଇଥିଲା । ଏହାପରେ ଆମେରିକା ଦ୍ୱାରା ୟୁକ୍ରେନକୁ ୧.୩ ବିଲିୟନ ଆମେରିକି ଡଲାର(ପ୍ରାୟ ୧୫.୯୧ ଖରବ ଟଙ୍କା)ରୁ ଅଧିକ ସେନା ସହାୟତା ପ୍ରଦାନ କରାଯାଇଥିଲା ।

Related Posts