ଭୋର ୫ଟାରେ ବାବା ଆଖଣ୍ଡଳଣିଙ୍କ ମନ୍ଦିରଚୂଡାକୁ ଉଠିଲା ମହାଦୀପ

ପବିତ୍ର ମହାଶିବରାତ୍ରୀରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଉଠିଲା ମହାଦୀପ । ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ବାବା ଆଖଣ୍ଡଳଣିଙ୍କ ଜାଗରଯାତ୍ରା । ଭୋର ୫ଟାରେ ମନ୍ଦିରଚୂଡାକୁ ଉଠିଲା ମହାଦୀପ ଉଠିଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ପବିତ୍ର ମହାଶିବରାତ୍ରୀରେ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଶାନ୍ତିଶୃଙ୍ଖଳାର ସମ୍ପନ୍ନ ହୋଇଛି । ଏଥିପାଇଁ ମଙ୍ଗଲବାର ରାତ୍ରତମାମ ବାବାଙ୍କର ସ୍ବତନ୍ତ୍ର ନୀତିକାନ୍ତି ସହ ସୁନାବେଶ ଅନୁଷ୍ଠିତ ହୋଇଥିଲା ।

ସେବାୟତଙ୍କ ପକ୍ଷରୁ ୪୦ କେଜି ଘିଅର ନିର୍ମିତ ମହାଦୀପ ବିଶ୍ବ କଲ୍ୟାଣ ଉଦ୍ଦେଶ୍ୟରେ ମଣିବାବାଙ୍କ ପାଖରେ ଉତ୍ସର୍ଗିତ ହୋଇଥିଲା । ଏହାପରେ ଘଣ୍ଟାକିର୍ତ୍ତନ ଓ ଭକ୍ତଙ୍କ ଗହଳିରେ ମନ୍ଦିର ଚୂଡାକୁ ମହାଦୀପ ଉଠିଥିଲା ।

ଅନ୍ୟପଟେ ଗତକାଲି ରାତି 10ଟା 21 ରେ ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିଥିଲା ।

Related Posts