ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ଆଜିକୁ ୧୦ମ ଦିନରେ ପହଁଚିଥିବା ବେଳେ, ମଧ୍ୟ ସେଠାରେ ଫସି ରହିଥିବା ଭାରତୀୟଂକୁ ଉଦ୍ଧାର କରି ପାରୁନାହାନ୍ତି ସରକାର | ଲଗାତାର ଗୁଳି ବର୍ଷା ଓ ରାକେଟ ମାଡ ପାଇଁ ବାଧାପ୍ରାପ୍ତ ହେଉଛି ଉଦ୍ଧାର କାର୍ଯ୍ୟ | ଏବେ ବି ୟୁକ୍ରେନର ସୁମିରେ ଫସିଛନ୍ତି ୭୦୦ ଭାରତୀୟ | ଉଦ୍ଧାର ପାଇଁ ସୋସିଆଲ ମିଡିଆରେ ଭାରତୀୟ ମାନେ ଆକୁଳ ନିବେଦନ କରୁଥିବା ବେଳେ, ସୁମିରେ ଖାଦ୍ୟ ଓ ଜଳ ଯୋଗାଣ ପ୍ରାୟ ବନ୍ଦ ହୋଇଗଲାଣି । ମୋବାଇଲ୍ ନେଟୱର୍କ ପ୍ରାୟ କାମ କରୁଛି । ଛାତ୍ରଛାତ୍ରୀମାନେ ବଙ୍କର ଭିତରେ ରହୁଛନ୍ତି ।
ତେବେ ଗୁଳିବର୍ଷା ଭିତରେ ଉଦ୍ଧାର କାର୍ଯ୍ୟ ଅତ୍ୟନ୍ତ ବିପଦପୂର୍ଣ୍ଣ ହୋଇପଡ଼ିଛି । ଏଥିପାଇଁ ଯୁଦ୍ଧବିରତି ପାଇଁ ରୁଷ ଓ ୟୁକ୍ରେନକୁ ଅନୁରୋଧ କରିଛି ଭାରତ । ସୁମିରେ ବସ୍ ଓ ଟ୍ରେନ୍ ସେବା ବନ୍ଦ ହୋଇ ଯାଇଛି । ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା ପାଇଁ ଭାରତ ସରକାର ବ୍ୟବସ୍ଥା କରୁଛନ୍ତି । ସହର ବାହାରେ ରାସ୍ତା ଓ ବ୍ରିଜ୍ ଧ୍ୱଂସ ହୋଇ ଯାଇଛି । ସୁମିରୁ ବାହାରିବା ପାଇଁ ସବୁ ରାସ୍ତା ବନ୍ଦ ହୋଇ ଯାଇଥିବାରୁ କିଛି ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ୟୁକ୍ରେନ୍ କର୍ତୃପକ୍ଷଙ୍କୁ କୁହାଯାଇଛି ।
