ରାଜ୍ୟରେ ୧୦୮ ମାଗଣା ଆମ୍ବୁଲାନ୍ସ ସେବାକୁ ପୂରିଲା ୯ ବର୍ଷ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ମାଗଣା ଆମ୍ବୁଲାନ୍ସ ସେବାକୁ ୯ ବର୍ଷ ପୁରିଛି । ଏହି ମାଗଣା ଆମ୍ବୁଲାନ୍ସ ସେବାରେ ଏପର୍ଯ୍ୟନ୍ତ ୭୫ ଲକ୍ଷରୁ ଅଧିକ ଲୋକଙ୍କୁ ସେବା ମିଳିଥିବାର ସୂଚନା ମିଳିଛି । ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକମାନଙ୍କୁ ଜରୁରୀ ସମୟରେ ହସ୍ପିଟାଲରେ ପହଞ୍ଚାଇବାରେ ୧୦୮ ଆମ୍ବୁଲାନ୍ସର ପ୍ରମୁଖ ଭୂମିକା ରହିଛି। ସେପଟେ ୨୦୧୩ ମସିହାରେ ମାଗଣା ଆମ୍ବୁଲାନ୍ସ ସେବା ରାଜ୍ୟରେ ଆରମ୍ଭ ହୋଇଥିଲା । ରାଜ୍ୟର ୩୦ ଜିଲ୍ଲାରେ ୧୧୨୪ଟି ୧୦୮ ଆମ୍ବୁଲାନ୍ସ କାର୍ଯ୍ୟ କରୁଛି। ଏହାସହ ଜଳବନ୍ଦୀ ଓ ବିଭିନ୍ନ ଅଞ୍ଚଳର ଲୋକଙ୍କ ସେବା ପାଇଁ ୬ଟି ୧୦୮ ବୋଟ୍ ଆମ୍ବୁଲାନ୍ସ ସାମିଲ ହୋଇଛି।

୧୦୮ ଆମ୍ବୁଲାନ୍ସକୁ ରାଜଧାନୀର ଷ୍ଟେଟ୍ ଅଫ୍ ଦି ଆର୍ଟ ସୁବିଧା କେନ୍ଦ୍ରରୁ ପରିଚାଳନା କରାଯାଉଛି। ଇଣ୍ଟିଗ୍ରେଟେଡ୍ ସେଣ୍ଟରର ଅଧିକାରୀମାନେ ରୋଗୀଙ୍କ ଠିକ୍ ଲୋକସେନ୍କୁ ଚିହ୍ନଟ କରିବା ସହିତ ସେମାନଙ୍କ ନିକଟରେ ଉପଲବ୍ଧ ଆମ୍ବୁଲାନସ ପାଇବାରେ ସହଯୋଗ କରିଥାନ୍ତି। ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ସେବା ପରିଚାଳନା କରୁଥିବା ସଂସ୍ଥା ଜିକିତ୍ସା ହେଲ୍ଥକେୟାର ରାଜ୍ୟ ମୁଖ୍ୟ ସବ୍ୟସାଚୀ ବିଶ୍ବାଳ କହିଛନ୍ତି, ଗତ ୨ବର୍ଷ ଆମ୍ବୁଲାନ୍ସ ସେବା ବେଶ୍ ଆହ୍ମାନପୂର୍ଣ୍ଣ ଥିଲା। କୋଭିଡ ସତ୍ତ୍ବେ ଆମ୍ବୁଲାନ୍ସର କ୍ରୁ ସଦସ୍ୟମାନେ ରୋଗୀଙ୍କୁ ହସ୍ପିଟାଲ ପହଞ୍ଚାଇବାରେ ଅସାଧାରଣ ନିଷ୍ଠା ଦେଇଥିବା ସେ କହିଛନ୍ତି।

Related Posts