
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଏମସିର ପରିମଳ ଏବଂ ଉନ୍ନତୀକରଣ କାମର ତଦାରଖ କଲେ ନୀତି ଆୟୋଗର ଟିମ । ନେଶ୍ୱର ମହାନଗର ନିଗମର ପରିମଳ ଓ ବିଭିନ୍ନ ଉନ୍ନୟନ ମୂଳକ କାର୍ୟ୍ୟ ବୁଲି ଦେଖିଛନ୍ତି ନୀତି ଆୟୋଗର ଏହି ଟିମ୍ । ସେପଟେ ନୀତି ଆୟୋଗର ସ୍ୱତନ୍ତ୍ର ସଚିବ ଡ଼. କେ କାଜେଶ୍ୱର ରାୟଙ୍କ ନେତୃତ୍ୱରେ ଏହି ଟିମ୍ ବିଭିନ୍ନ ବସ୍ତି, ଏମ୍ସିସି ବୁଲି ଦେଖିଥିଲେ । ବିଏମ୍ସି କମିଶନର ସଂଜୟ ସିଂହ ଏବଂ ମ୍ୟୁନିସପାଲ ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ ଏହି ଟିମ୍ରେ ସାମିଲ୍ ଥିଲେ । ଟିମ୍ ଓ୍ୱାର୍ଡ ନଂ ୧୪ର ମା ମାଙ୍ଗଳା ଆଦର୍ଶ କଲୋନୀ ଏବଂ ୧୨ ଓ୍ୱାର୍ଡ ନିକଟରେ ଥିବା ସୈନିକ ସ୍କୁଲ ଅଞ୍ଚଳ ବୁଲି ଦେଖିଛନ୍ତି ।
ସେହିପରି ବିଏମ୍ସିରେ ଥିବା ବିଭିନ୍ନ ବସ୍ତିରେ ଲାଇଟ୍, ପାଣି, ପାର୍କ ଉପରେ ମଧ୍ୟ ଅନୁଧ୍ୟାନ୍ କରିଛି ଟିମ୍ । ଏହା ସହ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ମଧ୍ୟ ବୁଲି ଦେଖିଛନ୍ତି । କିପରି ଆବର୍ଜନାରୁ ମୋ ଖତ ତିଆରି ହେଉଛି । ସେନେଇ ଅନୁଧ୍ୟାନ କରିଥିଲେ । ଏହି ପ୍ରତିନିଧି ଦଳରେ ଅତିରିକ୍ତ ସଚିବ କଲ୍ୟାଣ କୁମାର ରଥ, ବିଏମ୍ସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ, ସିଟି ଇଞ୍ଜିନିୟର ଅରୁଣ କୁମାର ନାଏକ, ବସନ୍ତ କୁମାର ମିଶ୍ର ଯୋଗ ଦେଇଥିଲେ ।