୧୨ ଦିନରେ ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ପହଁଚିଥିବା ବେଳେ, ରୁଷ ର ୟୁକ୍ରେନ ଉପରକୁ ଆକ୍ରମଣକୁ ନେଇ ଅନେକ ଦେଶ ରୁଷ କୁ ବିରୋଧ କରିଛନ୍ତି | ଏପରିକି କଟକଣା ମଧ୍ୟ ଲଗାଇଛନ୍ତି | ତେବେ ରୁଷ ଆକ୍ରୋଶ ମୂଳକ ଭାବେ ୟୁକ୍ରେନ ଉପରକୁ ଆକ୍ରମଣ ଜାରି ରଖିଥିବା ବେଳେ, କଟକଣା କୁ ଫୁ କରିଦେଇଛି | ପ୍ରତିଦିନ କିଛି କମ୍ପାନୀ ଋଷ ଉପରେ ବିଭିନ୍ନ ପ୍ରକାରର କଟକଣା ଲାଗୁ କରିବାକୁ ନିଷ୍ପତ୍ତି ନେଉଥିବା ନେଇ ଖବର ସାମ୍ଙ୍କୁ ଆସୁଥିବା ବେଳେ, ଏବେ ଏହି ତାଲିକାର ପରବର୍ତ୍ତୀ ନାମ ଚାଇନିଜ୍ କମ୍ପାନୀ ଟିକଟକ୍ ମଧ୍ୟ ଯୋଡି ହୋଇଛି । ଏହି ସର୍ଟ ଭିଡିଓ ପ୍ଲାଟଫର୍ମରେ ଲାଇଭ୍ ଷ୍ଟ୍ରିମିଂ ଓ ଭିଡିଓ ଅପଲୋଡ୍ କରିବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଏହି ନିଷ୍ପତ୍ତିକୁ ନେଇ ଟିକଟକ୍ କହିଛି କି ଆମର ପ୍ରାଥମିକତା ହେଉଛି ଆମର କର୍ମଚାରୀ ଏବଂ ଆମ ୟୁଜର୍ସଙ୍କ ସୁରକ୍ଷା । ମିଥ୍ୟା ଖବର ଉପରେ ଋଷର ଯେଉଁ ଆଇନ କାନୁନ୍ କରିଛି । ତାହା ଗିରଫ କରିବାର ଆଶଙ୍କା ବଢିଯାଇଛି । ଆମ ପାଖରେ ଲାଇଭ୍ ଷ୍ଟ୍ରିମିଂ ଏବଂ ନୂଆ କନଣ୍ଟେଟ୍ ସେୟାର କରିବା ଉପରେ ରୋକ୍ ଲଗାଇବା ବ୍ୟତୀତ ଆଉ କୌଣସି ପ୍ରକାରର ବିକଳ୍ପ ନାହିଁ।
ତେବେ କହିବାକୁ ଗଲେ ୟୁକ୍ରେନ ଉପରେ ଆକ୍ରମଣ ପରଠାରୁ ଋଷର ପୁଟିନ ସରକାର ଋଷରେ କ୍ରମାଗତ ବିରୋଧର ସମ୍ମୁଖୀନ ହେବାକୁ ପଡୁଛି। ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପ୍ରଶ୍ନ ଉଠିଛି । ଏହାକୁ ଦୃଷ୍ଟିରେ ରଖି ଋଷ ସରକାର ନିକଟରେ ମିଥ୍ୟା ଖବର ସମ୍ବନ୍ଧରେ ନିୟ କାନୁନ୍ କରିଥିଲା। ଯେଉଁଥିରେ କି ଯିଏ ଦୋଷୀ ସାବ୍ୟସ୍ତ ହୁଏ, ତେବେ ତାକୁ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଭୋଗିବାକୁ ପଡିବ ।





